ରିପୋର୍ଟ କାର୍ଡ / ବାଲେଶ୍ୱର
ଖେଳୁଥିବା ବେଳେ ବ୍ୟାଟେରୀ ଫାଟି ୨ ଭାଇ ଗୁରୁତର ହୋଇଛନ୍ତି । ଉଭୟ ଗୁରୁତରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଧୋବଶିଳା ଗାଁରେ | ଖବର ଅନୁଯାୟୀ, ଶୁକ୍ରବାର ସଂଧ୍ୟା ସମୟରେ ଧୋବଶିଳା ଗାଁର ସଂଜୀବଙ୍କ ପୁଅ ଶୁଭମ ଓ ପ୍ରଦୀପ ସଙ୍କ ପୁଅ ଜନ୍ମେଞ୍ଜୟ ମୋବାଇଲ୍ ବ୍ୟାଟେରୀକୁ ତାର ଦେଇ ବଲ୍ବ ଜଳାଉଥିଲା । ଠିକ ଏହି ସମୟରେ ହଠାତ୍ ବ୍ୟାଟେରୀଟି ଫାଟି ଯାଇଥିଲା । ଯାହାଫଳରେ ୨ଭାଇଙ୍କ ମୁହଁ ଓ ଶରୀର ପୋଡିଯିବା ସହ ଗଭୀର କ୍ଷତ ଲାଗିଥିଲା । ତୁରନ୍ତ ୨ ଭାଇଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ପ୍ରାଥମିକ ଚିକିତ୍ସା ପରେ ସାନ ଭାଇକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ବଡ଼ ଭାଇ ଶୁଭମ୍କୁ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..