ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର କରାଚୀ ସହରରେ ଆଜି ଭୟଙ୍କର ବିସ୍ଫୋରଣ ଘଟି ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ପାକିସ୍ତାନର ମିଡିଆ ପକ୍ଷରୁ ସୂଚନା ମିଳିଛି । ଏହାସହ ଏହି ବିସ୍ଫୋରଣରେ ଅନେକ ଲୋକ ଗୁରୁତର ହୋଇଥିବା କୁହାଯାଇଛି। ମିଳିଥିବା ସୂଚନା ମୁତାବକ କରାଚୀର ସେରସା ପରଚା ଛକଠାରେ ଥିବା ଏକ କୋଠାଘରେ ଆଜି ଅପରାହ୍ନରେ ହଠାତ ବିସ୍ଫୋରଣ ହୋଇଥିଲା । କେହି କିଛି ବୁଝିବା ଆଗରୁ ପୁରା କୋଠାରେ ନିଆଁ ଲାଗିଯାଇଥିଲା । ଏହି ନିଆଁରେ ପୋଡି ହୋଇ ୧୦ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଲୋକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଛି । ଖବର ପାଇ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ସେପଟେ ବିସ୍ଫୋରଣ ପଛରେ କାହାର ହାତ ଅଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଏନେଇ କୌଣସି ସଂଗଠନ ନିଜକୁ ଦାୟୀ କରିନାହିଁ ।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..