Report Card Odisha

| Daily Odia News

ଯୁକ୍ତ ୩ରେ ଯୋଡ଼ିହେଲା ନୈତିକ ଶିକ୍ଷା ପାଠ୍ୟକ୍ରମ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ୟୁଜିରେ ସାମିଲ ହେଲା ନୈତିକ ଶିକ୍ଷା ଉପରେ ସ୍ୱତନ୍ତ୍ର ପାଠ୍ୟକ୍ରମ । ଏହି ପାଠ୍ୟକ୍ରମ ଯୁକ୍ତ ୩ରେ ବାଧ୍ୟତାମୂଳକ ବିଷୟ ଭାବେ ସାମିଲ ହୋଇଥିବା ଜଣାପଡିଛି । ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ‘ନୈତିକତା ଓ ମୂଲ୍ୟବୋଧ’ ବହି ପ୍ରସ୍ତୁତ ହେଉଛି । ପରିଷଦ କାର୍ଯ୍ୟାଳୟରେ ବହିକୁ ଉନ୍ମୋଚନ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ବହିର ଭିଡିଓ ଲେକ୍ଟର ସହ ପରିଷଦ ୱେବସାଇଟରେ ଡିଜିଟାଲ ଭର୍ସନ ଉପଲବ୍ଧ ରହିଛି । ଏହି ବିଷୟରେ ୬ଟି ୟୁନିଟ୍ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସୂଚନା ଦେଇଛନ୍ତି । ନୈତିକ ଶିକ୍ଷା ନେଇ ୬ଟି ସେମିଷ୍ଟାରରେ ୨୫ ମାର୍କର ପରୀକ୍ଷା ହେବ ବୋଲି ସେ କହିଛନ୍ତି ।

Breaking News