ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚେନ୍ନାଇର ଏକ ଘରୋଇ ସ୍କୁଲର ଗଣିତ ଶିକ୍ଷକ ଦ୍ୱାଦଶ ଶ୍ରେଣୀର ହ୍ୱାଟସଆପ୍ ଗ୍ରୁପ୍ ରେ ଅଶ୍ଳୀଳ ଭିଡିଓ ସେୟାର୍ କରିଛନ୍ତି। ଏହି ମାମଲାରେ ଶିକ୍ଷକଙ୍କୁ ପୋଲିସ୍ ଗିରଫ କରିଛି । ତେବେ ସେ ମଦ ନିଶାରେ ଏପରି କରିଥିବା ଜଣାପଡ଼ିଛି । ସୂଚନା ମୁତାବକ, କୋଭିଡ୍ ମହାମାରୀର କହର ଜାରି ରହିଥିବା ବେଳେ ସ୍କୁଲର ପିଲାମାନଙ୍କର ଅନଲାଇନ୍ କ୍ଲାସ୍ କରାଯାଉଛି । ତେଣୁ ଏହି ପରିପ୍ରେକ୍ଷୀରେ ପିଲାମାନଙ୍କର ହ୍ୱ୍ରାଟସଆପ୍ ଗ୍ରୁପ୍ କରାଯାଇ ସେଥିରେ ପାଠ ପଢ଼ାଯାଉଛି । ତେବେ ସଂପୃକ୍ତ ଗଣିତ ଶିକ୍ଷକ ଜଣକ ଉକ୍ତ ଗ୍ରୁପ୍ ରେ ଅଶ୍ଳୀଳ ଭିଡିଓ ଓ ଫଟୋ ସେୟାର୍ କରି ଦେଇଥିଲେ । ପରଦିନ ସକାଳେ ଯେତେବେଳେ ପିଲାମାନେ ଏହା ଦେଖିବାକୁ ପାଇଥିଲେ ସେମାନେ ପ୍ରିନ୍ସପାଲ୍ ଙ୍କ ପାଖରେ ଅଭିଯୋଗ କରିଥିଲେ । ଆଉ ଏହି ମାମଲାର ଯାଞ୍ଚ କରାଯାଇଥିଲା । ଗଣିତ ଶିକ୍ଷକ ଜଣକ ନିଜର ଭୁଲ ସ୍ୱୀକାର କରିଥିଲେ ଓ ମଦ ନିଶାରେ ଏପରି କରିଥିବା ମାନିଥିଲେ । ଏହାପରେ ପୋଲିସ୍ ଉକ୍ତ ଗଣିତ ଶିକ୍ଷକଙ୍କୁ ପୋକ୍ସୋ ଆକ୍ଟ ଆଧାରରେ ଗିରଫ କରିଥିଲା ।





More Stories
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..
୬ଟି ଆସନରେ ଆଜି ଉପନିର୍ବାଚନ…..