Report Card Odisha

| Daily Odia News

ଶାରୀରିକ ସଂପର୍କ ରଖିବା ପ୍ରତାରଣା ନୁହେଁ, ୧୮ ବର୍ଷରୁ ପୁରୁଷ ମାନେ ରହିପାରିବେ ଲିଭ୍-ଇନରେ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦୀର୍ଘ ସମୟ ଶାରୀରିକ ସଂପର୍କ ରଖିବା ପରେ କେହି ଯଦି ବିବାହ କରିବାକୁ ମନା କରେ ତେବେ ତାହା ପ୍ରତାରଣା ନୁହେଁ ବୋଲି ବମ୍ବେ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ରାୟ ପ୍ରଦାନ କରିଛନ୍ତି । ଏହି ମାମଲାରେ ତଳ କୋର୍ଟ ଜଣେ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ବମ୍ବେ ହାଇକୋର୍ଟ ଆଜି ସଂପୃକ୍ତ ଯୁବକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କହିରଖୁ କି ଏହି ମାମଲାରେ ପ୍ରେମିକା ଜଣଙ୍କ ଅଭିଯୋଗ କରିଥିଲେ ତାଙ୍କ ପ୍ରେମିକ ତାଙ୍କ ସହ ଦୀର୍ଘଦିନ ଶାରୀରିକ ସଂପର୍କ ରଖିବା ପରେ ତାଙ୍କୁ ବିବାହ କରିବାକୁ ମନା କରିଦେଇଛନ୍ତି । ଏନେଇ ପାଲଘର ଠାରେ ରହୁଥିବା ଯୁବକଙ୍କ ଉପରେ ପୋଲିସ ଧାରା ୩୭୬ ଓ ୪୧୭ କ୍ରମରେ ବଳତ୍କାର ଓ ପ୍ରତାରଣା ଭଳି ମାମଲା ଦାଖଲ କରିଥିଲେ । ଏହି ମାମଲାରେ ଅତିରିକ୍ତ ସେସନ ଜଜ୍ ୧୯୯୯ ଫେବୃଆରୀ ୧୯ ତାରିଖରେ ସଂପୃକ୍ତ ଯୁବକଙ୍କୁ ବଳାତ୍କାର ମାମଲାରେ ନିର୍ଦ୍ଦୋଷ ପ୍ରମାଣିତ କରିଥିବା ବେଳେ ଯୁବକଙ୍କୁ ପ୍ରତାରଣା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ତଳ କୋର୍ଟ ପାଲଘରରେ ରହୁଥିବା କାଶୀନାଥ ଘରାତଙ୍କୁ ଏହି ବିବାହର ପ୍ରତିଶ୍ରୁତି ଦେଇ ୩ ବର୍ଷ ପର୍ଯ୍ୟନ୍ତ ପ୍ରେମିକା ସହ ଶାରୀରିକ ସଂପର୍କ ରଖି ପ୍ରତାରଣା କରିବା ଅଭିଯୋଗରେ ୧ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । କାଶୀନାଥ ତଳ କୋର୍ଟଙ୍କ ଏହି ରାୟ ଉପରେ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହି ମାମଲାର ଶୁଣାଣି କରି ଜଷ୍ଟିଷ ଅନୁଜ ପ୍ରଭୂଦେଶାଇର ସିଙ୍ଗଲ ବେଞ୍ଚ କାଶୀନାଥଙ୍କୁ ପ୍ରତାରଣା ଅଭିଯୋଗରୁ ମୁକ୍ତ କରିଛନ୍ତି । କୋର୍ଟ କହିଥିଲେ କି ସବୁଦିଗକୁ ତର୍ଜମା କରିବା ପରେ ଜଣାପଡିଛି କି କାଶୀନାଥ ଓ ତାଙ୍କର ପ୍ରେମିକା ୩ ବର୍ଷ ଧରି ଶାରୀରିକ ସଂପର୍କରେ ଥିଲେ । ହେଲେ ମହିଳାଙ୍କ ବୟାନରେ ପ୍ରମାଣ ହୋଇପାରି ନାହିଁ କି କାଶୀନାଥ ତାଙ୍କ ସହିତ କୌଣସି ପ୍ରତାରଣା କରିଛନ୍ତି । ଅନ୍ୟପଟେ ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସକୁ ବଢ଼ାଯିବା ପରେ ବିବାଦ ଲାଗି ରହିଛି । ଏହା ଭିତରେ ପଞ୍ଜାବ-ହରିୟାଣା ହାଇକୋର୍ଟ ନିକଟରେ ଏକ ମାମଲାର ଶୁଣାଣି କରିବା ସମୟରେ କହିଛନ୍ତି ଯେ, ୨୧ ବର୍ଷରୁ କମ୍ ବୟସର କୌଣସି ପୁରୁଷ ବିବାହ କରିପାରିବେ ନାହିଁ କିନ୍ତୁ ୧୮ ବର୍ଷ କିମ୍ବା ତାଠାରୁ ଅଧିକ ବୟସର ପୁରୁଷ ମାନେ ମହିଳାଙ୍କ ସହମତି କ୍ରମେ ଲିଭ୍-ଇନ୍ ରେ ରହିପାରିବେ । ତେବେ ହାଇକୋର୍ଟ ଏହି ନିଷ୍ପତ୍ତିକୁ, ୨୦୧୮ ମସିହା ମେ ମାସରେ ସୁପ୍ରିମକୋର୍ଟ ଶୁଣାଇଥିବା ଏକ ନିଷ୍ପତ୍ତି ଆଧାରରେ ଶୁଣାଇଛନ୍ତି । ଯେଉଁଥିରେ କୁହାଯାଇଥିଲା ଯେ, ଯେକୌଣସି ଯୁବକ-ଯୁବତୀ ବିନା ବିବାହରେ ମଧ୍ୟ ଏକାସହିତ ରହିପାରିବେ । ପଞ୍ଜାବର ଗୁରଦାସପୁର ଜିଲ୍ଲାରେ ରହୁଥିବା ଗୋଟିଏ ଯୋଡ଼ା ଯୁବକ-ଯୁବତୀଙ୍କ ଆବେଦନରେ ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଲିଭ୍-ଇନ୍ ରିଲେସନସିପ୍ ରେ ରହୁଥିବା ଏହି କପଲ୍ ଆବେଦନ ଜରିଆରେ ସୁରକ୍ଷା ମାଗିଥିଲେ । ଏହି ଦୁଇଜଣଙ୍କ ବୟସ ୧୮ ବର୍ଷରୁ ଅଧିକ । ଏଥିରେ ଯୁବକଙ୍କ ବୟସ ୧୮ ବର୍ଷ, କିନ୍ତୁ ହିନ୍ଦୁ ବିବାହ ଧାରା ଅନୁସାରେ ୨୧ ବର୍ଷ ପୂର୍ବରୁ ସେମାନେ ବିବାହ କରିପାରିବେ ନାହିଁ । ଏହି କ୍ରମରେ ଯୁବକ-ଯୁବତୀ ଦୁଇଜଣ ହାଇକୋର୍ଟଠାରୁ ସୁରକ୍ଷାମ ମାଗିଛନ୍ତି । ତାଙ୍କ କହିବା କଥା ଯେ, ସେମାନଙ୍କ ପରିବାର ପକ୍ଷରୁ ବିପଦ ରହିଛି । ପରିବାର ଲୋକେ ସେମାନଙ୍କ ସମ୍ପର୍କକୁ ନେଇ ଅରାଜି ପ୍ରକାଶ କରିଛନ୍ତି । ଦୁଇଜଣଙ୍କୁ ଡର ରହିଛି ଯେ, ପରିବାର ଲୋକେ ସେମାନଙ୍କୁ ଜୀବନରୁ କାଳେ ମାରିଦେବେ ।

Breaking News