ରିପୋର୍ଟ କାର୍ଡ / କଟକ
ପଞ୍ଚାୟତ ସଂରକ୍ଷଣ ବିଜ୍ଞପ୍ତି କୁ ପ୍ରତ୍ୟାହାର ନେଇ ହାଇକୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର । ସାନି ତାଲିକା ପ୍ରକାଶ ପାଇଁ ମାନ୍ୟବର ହାଇକୋର୍ଟଙ୍କୁ ଜଣାଇଛନ୍ତି ସରକାର । ଖବର ଅନୁଯାୟୀ, ପଞ୍ଚାୟତ ସଂରକ୍ଷଣ ନେଇ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବେ ରାଜ୍ୟ ସରକାର । ସଂଶୋଧନ ପରେ ସାନି ତାଲିକା ପ୍ରକାଶ କରିବାକୁ କୋର୍ଟଙ୍କୁ ଜଣାଇଛନ୍ତି ସରକାର । ଏହାସହିତ ସଂରକ୍ଷଣ ନେଇ ଆସନ୍ତା ୨୭ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ଜାନୁଆରୀ ୩ ସୁଦ୍ଧା ସମସ୍ତ ଆପତ୍ତି ଏବଂ ଅଭିଯୋଗରେ ଶୁଣାଣି ହେବ । ଜାନୁଆରୀ ୭ ସୁଦ୍ଧା ନିର୍ବାଚନ ଆୟୁକ୍ତଙ୍କୁ ସାନି ତାଲିକ ଦେବେ ରାଜ୍ୟ ସରକାର । ମାର୍ଚ୍ଚ ୮ ସୁଦ୍ଧା ପଞ୍ଚାୟତ ନିର୍ବାଚନ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..