Report Card Odisha

| Daily Odia News

OAS ସ୍ତରରେ ବଡଧରଣର ଅଦଳବଦଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକା ସ୍ତରରେ ବୁଧବାରବଡ ଧରଣର ଅଦଳ କରାଯାଇଥିବା ସୂଚାନନ ମିଳିଛି । ୬ ଜଣ ପ୍ରଶାସନିକ ଅଧିକାରୀଙ୍କୁ ବଦଳି କରାଯାଇଛି | ବାରିପଦାର ଆଡିସନାଲ ତହସିଲଦାର ରହିଥିବା ସସ୍ମିତା ମୁର୍ମୁଙ୍କୁ ବଡସାହିକୁ ବଦଳି କରାଯାଇଥିବା ବେଳେ ସ୍ମୃତି ରଞ୍ଜନ ଟୁଡୁଙ୍କୁ ବାରିପଦାର ଆଡିସନାଲ ତହସିଲଦାର ଭାବରେ ବଦଳି କରାଯାଇଛି । ସ୍ମୃତିରଞ୍ଜନ ପୂର୍ବରୁ ବାରିପଦା ଲକ୍ଷ୍ମୀପୋଶି ଅଞ୍ଚଳର ଜୋନ ଅଫିସର ରହିଥିଲେ । ଚାନ୍ଦାବାଲିର ଆଡିସନାଲ ତହସିଲଦାର ରହିଥିବା ପ୍ରଶାନ୍ତ କୁମାର ମହାରାଣାଙ୍କୁ ଭୋଗରାଇର ଆଡିସନାଲ ତହସିଲଦାର ଭାବରେ ବଦଳି କରାଯାଇଛି । ଭଞ୍ଜନଗର ଆସିଷ୍ଟାଣ୍ଟ କଲେକ୍ଟର ରହିଥିବା ବିକାଶ କୁମାର ଭୋଇଙ୍କୁ ଏଚଆଣ୍ଡ ୟୁଡି ବିଭାଗର ବୈଦେଶିକ ଅଧିକାରୀ ଭାବରେ ବଦଳି କରାଯାଇଛି । ପିପିଲି ଆଡିସନାଲ ତହସିଲଦାର ରହିଥିବା ଜିତେନ୍ଦ୍ର କୁମାର ପଣ୍ଡାଙ୍କୁ ପିପିଲି ସବରେଜିଷ୍ଟ୍ରାର ଭାବରେ ବଦଳି କରାଯାଇଛି । ସେହିପରି ବିଏମସି ଆସିଷ୍ଟାଣ୍ଟ କମିଶନର ରହିଥିବା ଅଂଶୁମାନ ରଥଙ୍କୁ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରାଯାଇଛି ।

Breaking News