ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଓମିକ୍ରନ ପାଇଁ ଚଳିତବର୍ଷ ଫିକା ପଡ଼ିବ ଖ୍ରୀଷ୍ଟମାସ । ଓମିକ୍ରନକୁ ଲକ୍ଷ୍ୟରେ ରଖି ଦିଲ୍ଲୀରେ ଖ୍ରୀଷ୍ଟମାସ ପାଳନ ଉପରେ ରୋକ୍ ଲଗାଯାଇଛି । ଖ୍ରୀଷ୍ଟମାସ ଓ ନୂତନ ବର୍ଷ ଉତ୍ସବ ପାଳନ ପାଇଁ ଦିଲ୍ଲୀର ଏନ୍ସିଟି ପକ୍ଷରୁ ବାରଣ ହୋଇଛି । ଦେଶରେ ଓମିକ୍ରନ ସଂକ୍ରମଣରେ ବୃଦ୍ଧି ହେଉଥିବାରୁ ଏପରି ପରିସ୍ଥିତିରେ ନୂଆ ବର୍ଷ ଏବଂ ଖ୍ରୀଷ୍ଟମାସ ସମୟରେ ହେବାକୁ ଥିବା ଜନ ସମାବେଶ ଉପରେ ଦିଲ୍ଲୀ ସରକାର ରୋକ ଲଗାଇଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି କରୋନା ଭାଇରସର ଏହି ନୂଆ ଭାରିଆଣ୍ଟ । ଦେଶରେ ମଧ୍ୟ ଏହା ଦ୍ରୁତ ଭାବରେ ବ୍ୟାପିବାରେ ଲାଗିଛି । ଦେଶରେ ଏପର୍ଯ୍ୟନ୍ତ ୨୧୩ ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଲେଣି । ଯାହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି ।






More Stories
ଆଜିଠାରୁ ଜନଗଣନା…..
ଇରାନ ସହ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତୁତ…..
ସଂକଳ୍ପ ପତ୍ର ପ୍ରକାଶ କଲା ବିଜେପି…..