ରିପୋର୍ଟ କାର୍ଡ / କଟକ
ଚୌଦ୍ୱାରରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣରେ ହୋଇଛି | କଟକ ଚୌଦ୍ୱାର କଲେଜ ସମ୍ମୁଖରେ ଥିବା ତାରିଣୀ ବସ୍ତ୍ରାଳୟ ନାମକ ଏକ ବ୍ୟବସାୟ ପ୍ରତିଷ୍ଠାନର ଜଣେ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଛି | ଏହା ପରେ ଚୌଦ୍ୱାର ପୋଲିସ୍ ୩ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଛି । ମିଳିଥିବା ସୂଚନା ଅନୁସାରେ- ବୁଧବାର ଅପରାହ୍ନରେ ସ୍ଥାନୀୟ ଏକ ଜିମ୍ ସେଣ୍ଟରରେ ଏସି ମେସିନ୍ ଲଗାଇବାକୁ ଆସିଥିବା ୩ଜଣ ଯୁବକ ଜିମରେ ଏସି ଲଗାଇସାରି ମଦ୍ୟପାନ କରି ଆସି ପାଖରେ ଥିବା ତରିଣୀ ବସ୍ତ୍ରାଳୟ ସମ୍ମୁଖରେ ଛିଡ଼ାହୋଇ ଦୋକାନ କର୍ମଚାରୀ ସୁବ୍ରତ କୁମାର ସାହୁଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିଥିଲେ। ସୁବ୍ରତ ଏହାର ପ୍ରତିବାଦ କରିବାରୁ ମଦ୍ୟପ ଯୁବକ ୩ଜଣ ନିଜକୁ ଜଣେ ପୋଲିସର ପରିଚୟ ଦେଇ ତାଙ୍କୁ ନିସ୍ତୁକ ମାଡ଼ମାରି ଆହତ କରିବା ସହିତ ପାଖରେ ଏହାର ପ୍ରତିରୋଧ କରିବାକୁ ଥିବା ଲୋକମାନଙ୍କୁ ମଧ୍ୟ ମାଡ ମାରି ଥିଲେ। ବସ୍ତ୍ରାଳୟ ମାଲିକ ସୂଧିର ରଞ୍ଜନ ସିଂଙ୍କ,ସୁବ୍ରତ ସାହୁ ଓ ଅସିମ ଦାସଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ୩ଜଣ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖିଛି
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..