ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହୁ ହୁ ହୋଇ ବଢିଚାଲିଛି ଦେଶରେ ଓମିକନ ଆକ୍ରାନ୍ତଙ୍କ ସଂଖ୍ୟା | ଦେଶରେ ଦିନକ ମଧ୍ୟରେ ୧୦୦ ଜଣ ନୂଆ ଓମିକନ ପ୍ରକରଣରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୮୮ରେ ପହଞ୍ଚିଛି । ଏଥିସହିତ ଦିଲ୍ଲୀରେ ୬୭, ତେଲେଙ୍ଗାନା ୩୮, ତାମିଲନାଡୁ ୩୪, କର୍ଣ୍ଣାଟକ ୩୧ ଓ ଗୁଜରାଟରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧିପାଇଛି । ଦିନକ ମଧ୍ୟରେ ଏତେସଂଖ୍ୟାରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ଏହା ପ୍ରଥମ । ଏହାକୁ ନେଇ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚିନ୍ତା ପ୍ରକଟ କରିଛି । କେରଳରେ ସଂପ୍ରତି ସର୍ବାଧିକ ୨୭୨୮୩ ଜଣ ସକ୍ରିୟ କରୋନା ରୋଗୀ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି । ଗୁରୁବାର ଗୋଟିଏ ଦିନରେ ଏହି ରାଜ୍ୟରୁ ୧୨୩୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି କେରଳରେ ଏପର୍ଯ୍ୟନ୍ତ ଦ୍ୱିତୀୟ ସର୍ବାଧିକ ୪୫୮୬୧ ଜଣଙ୍କର ପ୍ରାଣହାନି ଘଟିଛି । ମହାରାଷ୍ଟ୍ରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୧୩୯୨କୁ ବୃଦ୍ଧିପାଇଛି, ଯାହା ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମଧ୍ୟରେ ସର୍ବାଧିକ ।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..