ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ବର୍ଷର ଶେଷ କ୍ୟାବିନେଟ୍ ବୈଠକ ବସିବ | ପୂର୍ବାହ୍ନ ସାଢ଼େ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ | ବୈଠକରେ ୧୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଯିବାପରେ । ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ଜଳସେଚନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଯୋଜନା ରଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ କେତେକ ପ୍ରକଳ୍ପ ଅନୁମୋଦନ ପ୍ରସ୍ତାବ ଆସିବାକୁ ରହିଛି। ଏହାବାଦ୍ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ବିଭିନ୍ନ ପ୍ରକାର ଶିକ୍ଷକଙ୍କ ଅନୁଦାନ ଦାବି ନେଇ ହେଉଥିବା ଦୀର୍ଘଦିନର ଦାବିକୁ ସରକାର ଗୁରୁତ୍ବ ଦେବାକୁ ରହିଛି । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ ବିଭାଗ, ନଗର ଉନ୍ନୟନ ,ସ୍ବାସ୍ଥ୍ୟ ଓ ଅର୍ଥ ବିଭାଗ ପରି କେତେକ ବିଭାଗର ସ୍ବତନ୍ତ୍ର ପ୍ରସ୍ତାବ ସହିତ କେତେକ ବିଭାଗର ଚାକିରି ସେବା ନିୟମ ସଂଶୋଧନ ହେବାର ପ୍ରସ୍ତାବ କ୍ୟାବିନେଟ ବୈଠକରେ ରହିଥିବା ଜଣାଯାଇଛି । ତେବେ ବ୍ରଜରାଜନଗର ବିଧାୟକ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପରଲୋକକୁ ନେଇ କ୍ୟାବିନେଟ ବୈଠକ ବାତିଲ ହେବାର ସମ୍ଭାବନା ରହିଛି।






More Stories
ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷା ମନ୍ତ୍ରୀ…..
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା…..
ସ୍ୱନକ୍ଷତ୍ର ଉତ୍ସବରେ ୬୬୨ବର୍ଗ କଲେଜ ସଂଘର ଶପଥ……