ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜାନୁଆରୀ ୩ ତାରିଖରୁ ରାଜ୍ୟରେ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ । ଏନେଇ ଲାଗିରହିଥିବା ଦ୍ବନ୍ଦ କୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦୂର କରିଛନ୍ତି । ମନ୍ତ୍ରୀ କହିଛନ୍ତି, ନୋଡାଲ ଅଫିସରମାନେ ଜିଲ୍ଲା ବୁଲୁଛନ୍ତି । ଡିଇଓ ଓ ବିଇଓଙ୍କ ସହ ସଚିବ ବୈଠକ କରୁଛନ୍ତି । ତେବେ ଅଫଲାଇନ କ୍ଲାସ ବାଧ୍ୟତାମୂଳକ ନୁହେଁ । ଯିଏ ଚାହିଁବେ ଅନଲାଇନରେ ପଢ଼ିପାରିବେ । ୨୦୨୨ରେ ପରୀକ୍ଷା ଠିକ୍ ସମୟରେ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଉଲ୍ଲେଖଯୋଗ୍ୟ- ଜାନୁଆରୀ ୩ ରୁ ପ୍ରାଥମିକ ବିଦ୍ୟାଳୟ ଖୋଲା ହେବା ପାଇଁ ଡିସେମ୍ବର ୨୮ରେ ନିଷ୍ପତ୍ତି ନିଆଯାଇଥିଲା। ସକାଳ ୯ଟା ରୁ ଦିନ ୧୨ ଯାଏଁ ପିଲାଙ୍କ ପାଠ ପଢା ପାଇଁ ସମୟ ନିର୍ଦ୍ଧାରିତ ହୋଇ ଥିବା ବେଳେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଖୋଲା ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।






More Stories
ଓଏଏସ୍ ଅଧିକାରୀଙ୍କ ବଦଳି……
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..