ରିପୋର୍ଟ କାର୍ଡ / ଭୁବନେଶ୍ୱର
ନୂଆବର୍ଷରୁ ପରିବହନ ବିଭାଗରେ ବଡ଼ ସଂସ୍କାର ହେବାକୁ ଯାଉଛି । ପରିବହନ ବିଭାଗର ସବୁ କାମ ଅନଲାଇନ ମୋଡରେ ହେବ । ଡିଏଲ, ଗାଡ଼ି ପରମିଟ୍ ଭଳି କାମ ଏଣିକି ଅନଲାଇନରେ ହେବ । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ‘ଏସବୁ କାର୍ଯ୍ୟରେ ଦଲାଲଙ୍କ ଭୂମିକା ରହୁଥିବା ଅଭିଯୋଗ ହେଉଥିଲା । ଦଲାଲଙ୍କ ଭୂମିକା କମିଥିଲେ ବି ସମ୍ପୂର୍ଣ୍ଣ ବନ୍ଦ ହୋଇନି । ତେଣୁ ଅନଲାଇନ ମାଧ୍ୟମରେ କାମ କରିବାକୁ ନିଷ୍ପତ୍ତି ହୋଇଛି ।’ ଆସନ୍ତାକାଲିଠାରୁ ନୂଆ ନିୟମ ଲାଗୁ ହେବ ବୋଲି ମନ୍ତ୍ରୀ ପଦ୍ମନାଭ କହିଛନ୍ତି । ଏହା ପୂର୍ବରୁ ପରିବହନ ବିଭାଗ ଅନେକ ସଂସ୍କାରମୂଳକ ପଦକ୍ଷେପ ହାତକୁ ନେଇଛି। ଅନଲାଇନରେ ଡିଏଲ ପାଇଁ ଆବେଦନ ହେଉଥିବା ବେଳେ ଲୋକଙ୍କୁ ବାରମ୍ବାର ଆରଟିଓ ଧାଇଁବାକୁ ପଡ଼ୁନଥିଲା। ଏପରିକି ପରିବହନ ବିଭାଗର ଅନେକ କାର୍ଯ୍ୟକୁ ଡିଜିଟାଲ ମୋଡକୁ ଅଣାଯାଇଥିଲା। ଯାହାଦ୍ୱାରା ଆରଟିଓରେ ଲୋକଙ୍କ ଭିଡ଼ ପୂର୍ବଭଳି ଆଉ ହେଉନଥିଲା। କରୋନା କାଳରେ ପରିବହନ ବିଭାଗର ସମସ୍ତ କାମକୁ ଅନଲାଇନ ମୋଡକୁ ଆଣିବା ପସନ୍ଦ କରୁଛନ୍ତି ସାଧାରଣ ଲୋକେ। କେବଳ ଏତିକି ନୁହେଁ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କରିବାକୁ ନିୟମରେ ଅନେକ ପରିବର୍ତ୍ତନ ଆଣିଛି ପରିବହନ ବିଭାଗ। ଜରିମାନା ବୃଦ୍ଧି ସହ ବିଭିନ୍ନ ଚେକିଂକୁ କଡାକଡି କରାଯାଇଛି। ଏପରିକି ସଡ଼କ ଦୁର୍ଘଟଣାକୁ ରୋକିବାକୁ ବିଭାଗ ପକ୍ଷରୁ ନୂଆ ନୂଆ ପଦକ୍ଷେପ ନିଆଯାଉଛି।






More Stories
ବିଧାୟକଙ୍କୁ ହତ୍ୟା ଧମକ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..