Report Card Odisha

| Daily Odia News

ଜୋରଦାର ହେବ ସର୍ଭିଲାନ୍ସ,,ବଢାଇବାକୁ ଦେବାନାହିଁ ସଂକ୍ରମଣ…..

ରିପୋର୍ଟ କାର୍ଡ / ଭୁବନେଶ୍ବର  
ଗୁରୁବାର ରାଜ୍ୟରେ ୫ ଜଣ ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ଜଣେ ସଂକ୍ରମିତ ବିଦେଶରୁ ଫେରିନାହାନ୍ତି । ସଂକ୍ରମିତ ବ୍ୟକ୍ତି ଜଣଙ୍କ ହାଇଦ୍ରାବାଦ ଓ ରାୟପୁର ଯାଇଥିଲେ । ତେଣୁ ଏହାକୁ ନେଇ ବର୍ତ୍ତମାନ ସୁଦ୍ଧା କହିହେବ ନାହିଁ ଯେ ଏହା ଗୋଷ୍ଠୀ ସଂକ୍ରମଣ ହୋଇଛି ବୋଲି । ଗୋଷ୍ଠୀ ସଂକ୍ରମଣ ନେଇ ସେମିତି କିଛି ତଥ୍ୟ ନାହିଁ । ଯଦିଓ ଜଣେ ବ୍ୟକ୍ତି ଓମିକ୍ରନ୍ ଆକ୍ରାନ୍ତ କିନ୍ତୁ ସେ ବିଦେଶ ଫେରନ୍ତା ନୁହଁନ୍ତି । କିନ୍ତୁ ଓମିକ୍ରନ୍ ଯେଉଁ ରାଜ୍ୟରୁ ବାହାରୁଛି ସେ ସେହି ରାଜ୍ୟକୁ ଯାଇଥିଲେ। ଯେଉଁ ରାଜ୍ୟକୁ ଯାଇଛନ୍ତି ସେଠାରେ ବି ଓମିକ୍ରନ୍ ସଂକ୍ରମିତ ଅଛନ୍ତି।  ଆମେ ବାରମ୍ବାର କହିଆସୁଛୁ କୋଭିଡ୍ ନିୟମ ମାନିବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ।  ସର୍ଭିଲାନ୍ସକୁ ଜୋରଦାର କରିବାକୁ ପଡିବ। ଭାଇରସକୁ ସଂକ୍ରମଣ କରିବାକୁ ଦେବାନାହିଁ। ସମସ୍ତେ ନିୟମ ମାନନ୍ତୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଓମିକ୍ରନ୍ ଭାରିୟାଣ୍ଟ ସଂକ୍ରମିତ ଚିହ୍ନଟ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
Breaking News