ରିପୋର୍ଟ କାର୍ଡ / କୋଲକାତା
ପଶ୍ଚିମବଂଗରେ ରବିବାର ଦିନ ୮ ହଜାରରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଅଧିକ କଟକଣା ଲାଗୁ କରିଛନ୍ତି। ମୁଖ୍ୟ ଶାସନ ସଚିବ ଏଚ୍ କେ ଦ୍ୱିବେଦୀ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଯେ ରାଜ୍ୟରେ ସମସ୍ତ ସ୍କୁଲ୍, କଲେଜ ବନ୍ଦ ରହିବ। ରାତି ୧୦ଟାରୁ ଭୋର୍ ୫ଟା ମଧ୍ୟରେ କେବଳ ଜରୁରୀ ସେବାକୁ ଅନୁମତି ଦିଆଯିବ। ସପିଂ ମଲ୍ ଓ ମାର୍କେଟଗୁଡିକ ୫୦% କ୍ଷମତା ସହିତ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ଦୂରଗାମୀ ଟ୍ରେନ୍ଗୁଡିକ ସେମାନଙ୍କର ସାଧାରଣ ସମୟ ଅନୁସାରେ ଚଳାଚଳ କରିବେ। କୋଲକାତାର ମେଟ୍ରୋ ଟ୍ରେନ୍ ମଧ୍ୟ ସେମାନଙ୍କର ସାଧାରଣ କାର୍ଯ୍ୟସୂଚୀ ଅନୁଯାୟୀ ଚାଲିବ, କିନ୍ତୁ ୫୦ ପ୍ରତିଶତ କ୍ଷମତା ସହିତ। ପ୍ରାଣୀ ଉଦ୍ୟାନ ସମେତ ସମସ୍ତ ପର୍ଯ୍ୟଟନସ୍ଥଳ ବନ୍ଦ ରହିବ ଏବଂ ସୁଇମିଂ ପୁଲ, ପାର୍ଲର, ସ୍ପା ଏବଂ ଜିମ୍ ଗୁଡିକ ମଧ୍ୟ ବନ୍ଦ କରିବାକୁ କୁହାଯାଇଛି। ସିନେମା ହଲ୍ ୫୦ ପ୍ରତିଶତ କ୍ଷମତାରେ ଚାଲିବ । ସଭା ସମିତି ପାଇଁ ସର୍ବାଧିକ ୨୦୦ ଲୋକ କିମ୍ବା ହଲ୍ କ୍ଷମତାର ୫୦ ପ୍ରତିଶତ ସହିତ ଅନୁମତି ଦିଆଯାଇଛି। ବିବାହ ଉତ୍ସବରେ ୫୦ ଏବଂ ଅନ୍ତିମ ସଂସ୍କାରରେ ମାତ୍ର ୨୦ ଜଣ ଉପସ୍ଥିତ ରହିପାରିବେ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..