Report Card Odisha

| Daily Odia News

୨୨ ଯାଏଁ ବଢ଼ିଲା ନିର୍ବାଚନୀ କଟକଣା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ନିର୍ବାଚନ ଆୟୋଗ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଶନିବାର ଭାରତ ନିର୍ବାଚନ କମିଶନର ପ୍ରଚାର କଟକଣାକୁ ବୃଦ୍ଧି କରିଛନ୍ତି। ଏହି କଟକଣା ଅବଧି ଆଜି ସରୁଥିଲା | ନିର୍ବାଚନ ହେବାକୁ ଥିବା ରାଜ୍ୟରେ ଆସନ୍ତା ୨୨ ପର୍ଯ୍ୟନ୍ତ ରାଲି ଓ ରୋଡ୍ ଶୋ’ ଉପରେ କଟକଣା ଜାରି କରିଛନ୍ତି। ମୁଖ୍ୟତଃ ଶାରୀରିକ ରାଲି ଓ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଗତ ସପ୍ତାହରେ ପାଞ୍ଚଟି ରାଜ୍ୟ ପାଇଁ ମତଦାନ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ସେଥିରେ ଜାନୁଆରୀ ୧୫ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ନିର୍ବାଚନ ସମାବେଶ, ରୋଡ୍ ଶୋ ଏବଂ ବୈଠକକୁ ନିଷିଦ୍ଧ କରାଯାଇଥିଲା। ଏହା ପରେ କରୋନା ସଂକ୍ରମଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏବଂ ୫ଟି ରାଜ୍ୟର ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ସ୍ଥିତି ଖରାପ ଥିବା ସମ୍ପର୍କରେ ନିର୍ବାଚନ ଆୟୋଗଙ୍କୁ ଜଣାଇଛନ୍ତି। ସେମାନେ କହିଥିଲେ ଯେ, ଏ ଯାଏଁ ସଂକ୍ରମଣ ବନ୍ଦ ହୋଇନାହିଁ। କିନ୍ତୁ ଓମିକ୍ରନ୍ ଭ୍ୟାରିଆଣ୍ଟ ଡେଲଟା ଭଳି ଭୟଙ୍କର ନୁହଁ। ତଥାପି ଏହି ସମୟରେ କଟକଣା କୋହଳ କଲେ ବିପଦ ବଢ଼ିପାପରେ। ତେଶୁ ନିର୍ବାଚନ ସଂକ୍ରାନ୍ତୀୟ ରାଲି ଏବଂ ଶାରୀରିକ ପ୍ରଚାର ଉପରେ କଟକଣା ଲାଗାଇବାକୁ ପ୍ରସ୍ତବା ଦିଆଯାଇ ଥିଲା । ସେହି ଅନୁଯାୟୀ, ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଲି ଏବଂ ପ୍ରଚାର ଉପରେ କଟକଣା ବୃଦ୍ଧି କରିବାକୁ ସହମତି ହୋଇଛି। ତେବେ ଇନଡୋର ମିଟିଂ ପାଇଁ ୩୦୦ ଲୋକଙ୍କକୁ କିମ୍ବା ୫୦ ପ୍ରତିଶତ କ୍ଷମତାକୁ ଅନୁମତି ଦିଆଯାଇଛି। ରାଜନୈତିକ ଦଳ ଗୁଡ଼ି କୋଭିଡ୍ ପ୍ରୋଟୋକଲ ମାନିବାକୁ ପରମାର୍ଶ ଦିଆଯାଇଛି। ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶରେ ଫେବୃଆରୀ ୧୦ ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ହେବ। ମଣିପୁରର ୬୦ଟି ନିର୍ବାଚନମଣ୍ଡଳୀରେ ଫେବୃଆରୀ ୨୭ ଏବଂ ମାର୍ଚ୍ଚ ୩ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ଫେବୃଆରୀ ୧୪ରେ ଗୋଆ, ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ମତଦାନ ହେବ। ମାର୍ଚ୍ଚ ୧୦ ରେ ସମସ୍ତ ପାଞ୍ଚଟି ରାଜ୍ୟରେ ଗଣନା କରାଯିବ।

 

 

Breaking News