Report Card Odisha

| Daily Odia News

ରାଜ୍ୟରେ ୧୧ ହଜାର ଟପିଲା କରୋନା ସଂକ୍ରମଣ,୪ ମୃତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ପ୍ରତ୍ୟେକ ଦିନ ୧୦ ହଜାର ଉପରେ ସଂକ୍ରମଣ ମାମଲା ଆସୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୧ହଜାର ୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬,୪୩୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୪,୬୫୫ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୧,୦୬୧ ପଜିଟିଭ୍ । ଖୋର୍ଦ୍ଧାରୁ ସର୍ବାଧିକ ୩,୪୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୩୯, ବାଲେଶ୍ୱର ୩୨୩, ବରଗଡ ୧୨୫, ଭଦ୍ରକ ୧୩୨, ବଲାଙ୍ଗିର ୩୦୦, ବୌଦ୍ଧ ୮୩, କଟକ ୭୬୬, ଦେବଗଡ ୫୩, ଢେଙ୍କାନାଳ ୧୫୭, ଗଜପତିରୁ ୯୩ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୧୧୬, ଜଗତସିଂହପୁର ୨୭୩, ଯାଜପୁର ୨୭୫, ଝାରସୁଗୁଡା ୧୩୨, କଳାହାଣ୍ଡି ୨୫୩, କନ୍ଧମାଳ ୫୧, କେନ୍ଦ୍ରାପଡା ୮୫, କେନ୍ଦୁଝରରେ ୨୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ସହିପରି ରାଜ୍ୟରୁ ଆଜି ୪ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି | ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ କଟକ , କେନ୍ଦ୍ରପଡ଼ା, କୋରାପୁଟ, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

Breaking News