ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଗତ ୩ ଦିନ ମଧ୍ୟରେ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଛି | କରୋନାରୁ ବର୍ତ୍ତିବା ପାଇଁ ଟୀକା ରକ୍ଷାକବଚ ସାଜିଥିବା ବେଳେ ଟିକାକୁ ନେଇ ଏକ ଖବର ସାମ୍ନାକୁ ଆସିଛି | ମହାରାଷ୍ଟ୍ରରେ ଟିକା ନେଇନଥିବାରୁ ଅଧିକାଂଶ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗତ ଡିସେମ୍ବର ୧ ରୁ ଜାନୁଆରୀ ୧୭ ଯାଏଁ ମିଳିଥିବା ତଥ୍ୟରୁ ଏହି ସୂଚନା ମିଳିଛି। ରାଜଧାନୀ ଦିଲ୍ଲୀରୁ ଆଶ୍ୱସ୍ତିକର ଖବର ମିଳିଛି। ଗତ ୪ ଦିନ ମଧ୍ୟରେ ସଂକ୍ରମଣରେ ୫୦ % ହ୍ରାସ ଘଟିଛି। ଦିଲ୍ଲୀରେ ୨୪ ଘଣ୍ଟାରେ ୧୨,୫୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚୀନରେ ସୋମବାର ରେକର୍ଡ କରାଯାଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ମାର୍ଚ୍ଚ ୨୦୨୦ ପରେ ସବୁଠାରୁ ଅଧିକ ବୋଲି ଜଣାପଡିଛି।






More Stories
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….
ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ…..
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….