ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଗତ ୩ ଦିନ ମଧ୍ୟରେ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଛି | କରୋନାରୁ ବର୍ତ୍ତିବା ପାଇଁ ଟୀକା ରକ୍ଷାକବଚ ସାଜିଥିବା ବେଳେ ଟିକାକୁ ନେଇ ଏକ ଖବର ସାମ୍ନାକୁ ଆସିଛି | ମହାରାଷ୍ଟ୍ରରେ ଟିକା ନେଇନଥିବାରୁ ଅଧିକାଂଶ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗତ ଡିସେମ୍ବର ୧ ରୁ ଜାନୁଆରୀ ୧୭ ଯାଏଁ ମିଳିଥିବା ତଥ୍ୟରୁ ଏହି ସୂଚନା ମିଳିଛି। ରାଜଧାନୀ ଦିଲ୍ଲୀରୁ ଆଶ୍ୱସ୍ତିକର ଖବର ମିଳିଛି। ଗତ ୪ ଦିନ ମଧ୍ୟରେ ସଂକ୍ରମଣରେ ୫୦ % ହ୍ରାସ ଘଟିଛି। ଦିଲ୍ଲୀରେ ୨୪ ଘଣ୍ଟାରେ ୧୨,୫୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚୀନରେ ସୋମବାର ରେକର୍ଡ କରାଯାଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ମାର୍ଚ୍ଚ ୨୦୨୦ ପରେ ସବୁଠାରୁ ଅଧିକ ବୋଲି ଜଣାପଡିଛି।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
କମିଲା ଗ୍ୟାସ୍ ଦର……
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..