ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱର ପାଲଟିଛି କ୍ରାଇମ ସହର । ଦିନକୁ ଦିନ ଅଶାନ୍ତ ହୋଇଯାଉଛି ରାଜଧାନୀ | ବଢ଼ିବାରେ ଲାଗିଛି କ୍ରିମିନାଲ ଆଉ କ୍ରାଇମ ସଂଖ୍ୟା | ଜନ୍ମ କଲା ମା’କୁ ମାରି ପୋଡି ଦେଇଛି ନୃଶଂସ ପୁଅ। ଏମିତି ଏକ ଜଘନ୍ୟ ଘଟଣା ଘଟିଛି ବଡ଼ଗଡ଼ ଥାନା କଳିଙ୍ଗ ବସ୍ତିରେ। ପୁଅ ନିଜ ମା’କୁ ବୀଭତ୍ସ ଭାବେ ହତ୍ୟା କରି ଜାଳି ଦେଇଛି। ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ପୋଲିସ ଦରପୋଡ଼ା ଅବସ୍ଥାରେ ମୃତଦେହକୁ ଜବତ କରିବା ସହ ଘଟଣାର ଖୋଳତାଡ଼ କରୁଛି। ତାସହ ଅଭିଯୁକ୍ତ ପୁଅକୁ ପୋଲିସ ଅଟକ ରଖିଛି। ତେବେ କେଉଁ କାରଣରୁ ପୁଅ ଏଭଳି ନାରକୀୟ କାଣ୍ଡ ଭିଆଇଛି, ସେନେଇ ସ୍ପଷ୍ଟ ହୋଇନାହିଁ। ଅଭିଯୁକ୍ତ ପୁଅର ନାଁ ପ୍ରଶାନ୍ତ ଜେନା । ମୃତ ମହିଳା ହେଲେ ରଶ୍ମିତା ଜେନା। ସ୍ଥାନୀୟ ପଡ଼ୋଶୀଙ୍କ ସୂଚନା ଅନୁଯାୟୀ, ମାନସିକ ଭାରସାମ୍ୟ କାରଣରୁ ପ୍ରଶାନ୍ତ ଏଭଳି କାଣ୍ଡ ଘଟାଇଛି। କାରଣ ପୂର୍ବରୁ ମଧ୍ୟ ସେ ତା’ର ବାପା ଓ ମା’ଙ୍କୁ ଭୁଜାଲିରେ ମାରିବାକୁ ପ୍ରୟାସ କରିଥିଲା। ଆଉ ଏଥିପାଇଁ ତାକୁ ଥାନାକୁ ନିଆଯାଇଥିଲା। ତେବେ ତା’ର ବାପା ଓ ମା’ ତାକୁ ଛଡ଼ାଇ ଆଣିଥିଲେ। ଏବେ ପୁଣିଥରେ ସେ ତା’ର ମାନସିକ ଭାରସାମ୍ୟ ହରାଇ ଏଭଳି କାମ କରିଛି।






More Stories
ମୃତଦେହ ଝୁଣି ଖାଉଛି କୁକୁର…..
ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଘୋଷଣା…..
ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍ଡୋଜର…..