Report Card Odisha

| Daily Odia News

ଉଠିଲା ୧ ନମ୍ବର ପରିବା ହାଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱରରେ ସଂକ୍ରମଣ ବଢ଼ିବାରେ ଲାଗିଛି | ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ହାଟଗୁଡିକୁ ବିକେନ୍ଦ୍ରୀକରଣ କରାଯାଇଛି । ଆଜିଠାରୁ ୧ ନମ୍ବର ପରିବା ହାଟ, ୟୁନିଟ୍-୧ ହାଇସ୍କୁଲ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି । ପୂର୍ବ ଭଳି କରୋନା କଟକଣା ମାନି ବେପାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୋକାନ ଦୋକାନ ମଧ୍ୟରେ ୬ ଫୁଟ୍ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ହେଲେ ହାଇସ୍କୁଲ ପଡ଼ିଆରେ ହାଟ ବସିବାକୁ ନେଇ ବେପାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ୧ ନମ୍ବର ହାଟରେ ୧୪ ଶହ ବେପାରୀ ବସୁଥିବାବେଳେ ହାଇସ୍କୁଲ ପଡ଼ିଆରେ ଜାଗା ଅଭାବ ହେଉଛି । ଏଣୁ ଅଧାରୁ ଅଧିକ ବେପାରୀ ଦୋକାନ ଖୋଲି ପାରିନାହାନ୍ତି । ଜାଗା ନ ମିଳିବାରୁ ବହୁ ବ୍ୟବସାୟୀ ଗାଁକୁ ପଳାଇଥିବା ଅଭିଯୋଗ ହୋଇଛି । ଏଣୁ ଆଉ କିଛି ଅସ୍ଥାୟୀ ଦୋକାନ ଖୋଲିବାକୁ ଦାବି କରିଛନ୍ତି । ପୂର୍ବରୁ ୪ ନମ୍ବର ହାଟ ମଧ୍ୟ ରେଡ଼କ୍ରସ ଭବନ ନିକଟରେ ଆରମ୍ଭ ହୋଇସାରିଛି । ଏନେଇ ଜଣେ ବ୍ୟବସାୟୀ ଅଖିଳ ସାହୁ କହିଛନ୍ତି, ସରକାରଙ୍କ ଆଇନକୁ ସମ୍ପୂର୍ଣ୍ଣ ସମ୍ମାନ ଦେଉଛୁ। କିନ୍ତୁ ଏହି ପଡ଼ିଆ ବହୁତ ଛୋଟ ହେଉଥିବାରୁ ବହୁ ଦୋକାନୀ ଦୋକାନ ଖୋଲି ପାରୁ ନାହାନ୍ତି। ବହୁ ବ୍ୟବସାୟୀ ମନ ଦୁଃଖରେ ଗାଁକୁ ଯାଉଛନ୍ତି।

Breaking News