ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ପରବର୍ତ୍ତି ଉପ ସେନା-ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ | ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଲେଫ୍ଟନାଣ୍ଟ ଜେନେରାଲ ପାଣ୍ଡେଙ୍କ ଏହି ପଦରେ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ତରଫରୁ ମଞ୍ଜୁରୀ ମିଳିସାରିଛି। ଏହାସହ ସେ ବର୍ତ୍ତମାନ ଉପ ସେନା ମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତିଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ। ଆସନ୍ତା ଜାନୁଆରୀ ୩୧ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ଅବସର ଗ୍ରହଣ କରିବେ । ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କୁ ୧୯୮୨ ମସିହାରେ କୋର ଅଫ ଇଞ୍ଜିନୟରର୍ସରେ ନିଯୁକ୍ତି ମିଳିଥିଲା। ଦେଶ ପାଇଁ ନିଜର ୩୭ ବର୍ଷର ବିଶିଷ୍ଟ ସେବା ମଧ୍ୟରେ ଅପରେସନ ବିଜୟ ଏବଂ ଅପରେସନ ପରାକ୍ରମରେ ସକ୍ରିୟ ରୁପେ ଅଂଶଗ୍ରହଣ କରିଥିଲେ । ଗତ ବର୍ଷ ଜୁନ ୧ରେ ସେ ସେନାର ପୂର୍ବ କମାଣ୍ଡର ନୂଆ କମାଣ୍ଡର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେନାର ଏହି କମାଣ୍ଡ ପୂର୍ବୋତ୍ତର ରାଜ୍ୟ ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶ ଅଞ୍ଚଳରେ ଚୀନ ସହ ବାସ୍ତବିକ ନିୟନ୍ତ୍ରଣ ରେଖାରେ ମୁତୟନ ହୋଇଥାନ୍ତି। ଏହାର ମୁଖ୍ୟାଳୟ କୋଲକାତାରେ ରହିଛି।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..