ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁପ୍ରିମକୋର୍ଟର ୧୦ ବିଚାରପତି କରୋନା ଆକ୍ରାନ୍ତ ଥିବା ସୂଚନା ମିଳିଛି | ଏ ଯାଏ ସୁପ୍ରିମକୋର୍ଟର ପ୍ରାୟ ୩୦ ପ୍ରତିଶତ କର୍ମଚାରୀ ମହାମାରୀ ଦ୍ୱାରା ଆକ୍ରାନ୍ତ ହୋଇ ସାରିଛନ୍ତି। ଏହା ଯୋଗୁଁ ଦୈନଦିନ କାମ ବାଧାପ୍ରାପ୍ତ ହେଉଥିବା ବେଳେ ପୂରା ଘଟଣା ଉପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ତିକ୍ଷଣ୍ ନଜର ରଖିଥିବା କୁହାଯାଇଛି। ସୁପ୍ରିମକୋର୍ଟର ୩୨ ବିଚାରପତିଙ୍କ ମଧ୍ୟରୁ ୧୦ ଜଣ ପଜିଟିଭ ଚିହ୍ନଟ ହୋଇ ସାରିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ବିଚାରପତି କରୋନାମୁକ୍ତ ହୋଇ ପୁଣି ଥରେ କାମରେ ଯୋଗ ଦେଇ ସାରିଛନ୍ତି। ବର୍ତ୍ତମାନ ୮ ବିଚାରପତି ପଜିଟିଭ ହୋଇଥିବା ବେଳେ ହୋମ ଆଇସୋଲେସନ୍ରେ ଅଛନ୍ତି। ଏକ ୫ ଜଣିଆ ଡାକ୍ତରୀ ଟିମ୍ ସୁପ୍ରିମକୋର୍ଟ ବିଚାରପତି ଓ କର୍ମଚାରୀଙ୍କ ଚିକିତ୍ସା ନିମନ୍ତେ ନିୟୋଜିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନେ ଏବେ ଆଇସୋଲେସନରେ ଥିବା ବେଳେ ଚିକିତ୍ସା କରୁଥିବା ଟିମ୍ ଉପରେ ଚାପ ପଡ଼ୁଥିବା ଜଣାଯାଇଛି। ସୁପ୍ରିମକୋର୍ଟରେ ପ୍ରାୟ ୧୫ଶହ କର୍ମଚାରୀ ଥିବା ବେଳେ ଏ ଯାଏ ୪ଶହ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇ ସାରିଛନ୍ତି। ଗତ ୯ ତାରିଖରେ ୪ ବିଚାରପତିଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଏକ ସପ୍ତାହ ମଧ୍ୟରେ ଏହି ସଂଖ୍ୟା ଦ୍ୱିଗୁଣ ହୋଇ ଯାଇଥିଲା।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..