Report Card Odisha

| Daily Odia News

ୟୁପି ବିଜେପି ଠାରୁ ମୁକ୍ତି ପାଇବା ଅର୍ଥ ଏକ ବଡ଼ ସ୍ୱାଧୀନତା:ମୁଫତି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛି ନିର୍ବାଚନୀ ବିଗୁଲ। ଆରମ୍ଭ ହୋଇଯାଇଛି ସବୁ ଦଳର ନେତାଙ୍କ ମଧ୍ୟରେ କସରତ। କେମିତି ଭୋଟରଙ୍କୁ ଆକୃଷ୍ଟ କରି ସିଟ୍‌ ହାତେଇବେ ତାକୁ ନେଇ ପ୍ରୟାସ ଜାରି । ଶାସକ ଓ ବିରୋଧୀ ଦଳର ନେତାଙ୍କ ମଧ୍ୟରେ ଚାଲିଛି ବାକ୍‌ ଯୁକ୍ତ ଏବଂ ଆରୋପ-ପ୍ରତ୍ୟାରୋପ। ଉତ୍ତର ପ୍ରଦେଶ ନିର୍ବାଚନୀ ରଣନୀତିରେ ଏଣ୍ଟ୍ରି ମାରିଛନ୍ତି ପିଡିପି ସୁପ୍ରିମୋ ମେହବୁବା ମୁଫତି। ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ର ମୁଖ୍ୟ ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଉତ୍ତରପ୍ରଦେଶରେ ଏହି ଦଳରୁ ମୁକ୍ତି ପାଇବା ଅର୍ଥ ୧୯୪୭ ପରଠାରୁ ଏକ ବଡ଼ ସ୍ୱାଧୀନତା ହେବ। କାରଣ ବିଜେପି ଦେଶକୁ ବିଭାଜନ କରିବାକୁ ଚାହୁଁଛି।’ସୋମବାର ଜମ୍ମୁକଶ୍ମୀରରେ ପିଡିପିର ଆଦିବାସୀ ଯୁବ ସମ୍ମିଳନୀକୁ ସମ୍ବୋଧିତ କରି ମେହବୁବା ମୁଫତି କିଛି ଏଭଳି କହିଛନ୍ତି। ସେ ଆହୁରି କହିଛନ୍ତି, ‘ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ବିଜେପି ଔରଙ୍ଗଜେବ ଏବଂ ବାବରକୁ ମନେ ପକାଉଛି। ଆଜି ଆମେ ବିଜେପିରୁ ମୁକ୍ତି ପାଇବା ପାଇଁ ଏକ ସୁଯୋଗ ପାଇଛୁ। ଏହାର ଭାରତର ୧୯୪୭ର ସ୍ୱାଧୀନତା ଠାରୁ ମଧ୍ୟ ଏକ ବଡ ସ୍ୱାଧୀନତା ହେବ, କାରଣ ସେମାନେ (ବିଜେପି) ଦେଶ ବିଭାଜନ କରିବାକୁ ଚେଷ୍ଟା ଚଳାଇଛନ୍ତି।’ ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ଯଦି ସେମାନେ ରାଜ୍ୟର ବିକାଶ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି ତେବେ ଉତ୍ତରପ୍ରଦେଶର ବିକାଶ କରି ଦେଖାନ୍ତୁ। ବିଜେପି ବିହାରୀ ଲୋକଙ୍କୁ ଚାକିରି ଓ ଜମି ଦେଉଛନ୍ତି ଏବଂ ଏହା ଦାବି କରିଛନ୍ତି ଯେ ଏହା ରାଜ୍ୟରେ ବିକାଶ ଆଣିବ। ମୁଁ ସେମାନଙ୍କୁ ଉତ୍ତରପ୍ରଦେଶର ବିକାଶ କରି ଦେଖାଇବାକୁ କହୁଛି। ସେମାନେ ୟୁପିରେ ଗୋଟିଏ ଡାକ୍ତରଖାନା ମଧ୍ୟ ଯୋଗାଇ ପାରିବେ ନାହିଁ ବୋଲି ନିଜ ଭାଷଣରେ ଗତକାଲି ମୁଫତି କହିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଉତ୍ତରପ୍ରଦେଶ ପାଇଁ ମୁଫତି ଏତେ ଚିନ୍ତିତ କାହିଁକି? ସେ କିମ୍ବା ତାଙ୍କ ଦଳର କୌଣସି ନେତା ଏହି ନିର୍ବାଚନରେ ଭାଗ ନେଇନାହାନ୍ତି। ତେବେ ବିଭାଜନ କଥା ଉଠାଇ ଏଠି ମୁଫତି ଅଳ୍ପସଂଖ୍ୟକ ଭୋଟକୁ ବାଣ୍ଟିବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ ଉଠିଛି।

Breaking News