ରିପୋର୍ଟ କାର୍ଡ / ଭୁବନେଶ୍ୱର
ବନ୍ଧା ହେଲେ ରସିକିଆ ପୋଲିସ୍ ବାବୁ। ପତ୍ନୀଙ୍କୁ ନିର୍ଯାତନା ଓ ପ୍ରତାରଣା ଅଭିଯୋଗରେ ଭୁବନେଶ୍ୱର ଧଉଳି ଥାନାର ହାବିଲଦାର ସଦାଶିବ ସ୍ୱାଇଁ ଗିରଫ ହୋଇଛନ୍ତି। ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନଦେଇ ସଦାଶିବ ଦ୍ୱିତୀୟ ବିବାହ କରିଥିଲେ। ଅଭିଯୋଗ ଆସିବା ପରେ ଭୁବନେଶ୍ୱର ମହିଳା ଥାନା ପୋଲିସ୍ ତାଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ, ସଦାଶିବ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନଦେଇ ଦ୍ୱିତୀୟ ବିବାହ କରିଥିଲେ। ଏହାପରେ ସେ ଦ୍ୱିତୀୟ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ପରେ ଜଣାପଡ଼ିଥିଲା, ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନଦେଇ ପୋଲିସ୍ ବାବୁ ଦ୍ୱିତୀୟ ବିବାହ କରିଥିଲେ। ପତ୍ନୀଙ୍କୁ ନିର୍ଯାତନା ଓ ପ୍ରତାରଣା ଅଭିଯୋଗ ପରେ ପୋଲିସ୍ ସଦାଶିବଙ୍କୁ ଗିରଫ କରିଛି। ଏହାସହ ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ
ଆନ୍ଧ୍ରପ୍ରଦେଶରେ କୋଭିଡ ଆତଙ୍କ; ଗଞ୍ଜାମ ଜିଲ୍ଲାରେ ହାଇଆଲର୍ଟ…..