ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାଧାରଣତନ୍ତ୍ର ଦିବସରେ ଅନୁଷ୍ଠିତ ହେବାକୁ ଥିବା ପରେଡ କାର୍ଯ୍ୟକ୍ରମରେ ୨୫ଟି ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇବ । ପରେଡରେ ବିଭିନ୍ନ ରାଜ୍ୟ ତଥା ବିଭାଗ ଓ ସଶସ୍ତ୍ର ବଳର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇବ ବୋଲି ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବକ, ୧୬ ମାର୍ଚ୍ଚିଂ କଣ୍ଟିଜେଣ୍ଟ ଓ ୧୭ ସାମରିକ ବ୍ୟାଣ୍ଡ୍ ପରେଡରେ ସାମିଲ ହେବା ନେଇ କୁହାଯାଇଛି । ଚଳିତ ବର୍ଷ ପରେଡରେ ଦୁଇଜଣ ପରମବୀର ଚକ୍ର ଓ ଜଣେ ଅଶୋକ ଚକ୍ର ପୁରସ୍କାରପ୍ରାପ୍ତ ସୈନ୍ୟ ଉପସ୍ଥିତ ରହିବେ। ତାହାଛଡ଼ା ତିନି ବାହିନୀର ପ୍ରତିନିଧି, ସିଆର୍ପିଏଫ୍, ସିଆଇଏସ୍ଏଫ୍, କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଓ , ସଶସ୍ତ୍ର ସୀମା ବଳ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାବ୍ୟତୀତ ବହୁ ବରିଷ୍ଠ ଅଧିକାରୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ କୁହାଯାଇଛି ।






More Stories
ଓମାରଙ୍କୁ ବିଜେପିର ଆଇନଗତ ନୋଟିସ…..
ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟିର ପରାମର୍ଶ…..
ମୋତେ ଚୁପ୍ କରିବା ପାଇଁ ହେଲେ ହତ୍ୟା କରିବାକୁ ପଡ଼ିବ…..