ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ଗାଇଡଇନ୍ ଜାରି କରାଯାଇଛି | ଗାଇଡଲାଇନ୍ ଅନୁଯାୟୀ ଗଣତନ୍ତ୍ର ଦିବସ ସମାରୋହରେ ଯୋଗଦେବରକୁ ଥିବା ବ୍ୟକ୍ତି ଡବଲ ଡୋଜ୍ ଟୀକା ନେଇଥିବା ଲୋକଙ୍କୁ ହିଁ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମିଳିବ। ସବୁ ବ୍ୟକ୍ତି ମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି । ସାଧାରଣତନ୍ତ୍ର ଦିବସ ଉତ୍ସବରେ ୧୫ ବର୍ଷରୁ କମ୍ ପିଲାଙ୍କୁ ଯୋଗନଦେବାକୁ ପରାମର୍ଶ ଦିଆଯାଇଛି । ଦିଲ୍ଲୀରେ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ୨୭ ହଜାର ୭୩୨ ଜଣ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ଦିଲ୍ଲୀ ପୋଲିସ କହିଛି ଯେ “ଆଣ୍ଟି କରୋନା ଭାଇରସ ଭ୍ୟାକସିନର ଉଭୟ ଡୋଜ୍ ନେବା ଜରୁରୀ। ଗଣତନ୍ତ୍ର ଦିବସକୁ ଆସୁଥିବା ଅତିଥିମାନେ ଦୟା କରି ନିଜ ସହ ଆସିବା ବେଳେ ଟିକାକରଣ ପ୍ରମାଣପତ୍ର ଆଣିବେ। ୧୫ ବର୍ଷରୁ କମ ବୟସ୍କ ପିଲାମାନଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଅନୁମତି ମିଳିବ ନାହିଁ।” ସମସ୍ତେ ନିଜ ସହ ବୈଧ ପରିଚୟ ପତ୍ର ଆଣିବେ ଓ ସୁରକ୍ଷା ଯାଞ୍ଚ ବେଳେ ପୁଲିସ୍କୁ ସହଯୋଗ କରିବେ। ସବୁ ପାର୍କିଂରେ ରିମୋଟ କଣ୍ଟ୍ରୋଲ କାର ଲକ ଚାବିକୁ ଜମା କରିବାକୁ ବ୍ୟବସ୍ଥା ରହିବ ବୋଲି ଗାଇଡଲାଇନରେ ଉଲ୍ଲେଖ କରାଯାଇଛି। ଆତଙ୍କୀ ହମଲା ଆଶଙ୍କା ଥିବାରୁ ବିଭିନ୍ନ ସ୍ଥାନରେ ଚେକ ପୋଷ୍ଟ କରାଯାଇଛି। ସୁରକ୍ଷାକର୍ମୀମାନେ ବିଭିନ୍ନ ହୋଟେଲ, ଲଜ ଓ ଧର୍ମଶାଳାରେ ମଧ୍ୟ ଯାଞ୍ଚ କରୁଛନ୍ତି। ଡ୍ରୋନ ଜନିତ ଅଘଟଣକୁ ରୋକିବାକୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..