ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଟ୍ରୋ ସହରରେ ଗୋଷ୍ଠୀ ସଂକ୍ରମଣ ଅଛି, ହେଲେ ଆମ ରାଜ୍ୟରେ ନାହିଁ । କିନ୍ତୁ ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡିଶା ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡଃ ନିରଞ୍ଜନ ମିଶ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଗୋଷ୍ଠୀ ସଂକ୍ରମଣ ହୋଇଛି ଅର୍ଥ ସ୍ଥାନୀୟ ଅଞ୍ଚଳରେ ଓମିକ୍ରନ ସଂଖ୍ୟା ବଢ଼ିଛି । ଆମ ରାଜ୍ୟରେ କେତେ ପ୍ରତିଶତ ସଂକ୍ରମଣ ହେଲାଣି ତାହାକୁ ଜାଣିବା ପାଇଁ ଅପେକ୍ଷା କରିବାକୁ ପଡିବ । କିଛି ଦିନ ତଳେ ହୋଇଥିବା ଜେନମ ସିକ୍ୱେନସିଂ ଅନୁସାରେ ୬୦ ପ୍ରତିଶତ ଥିଲା । ଏବେ ନିଶ୍ଚୟ ବଢିଥିବ । ବାହାର ଦେଶର ଯାତ୍ରୀ ବିନା ଯଦି ଗୋଟିଏ ସ୍ଥାନରେ ରୋଗ ଓ ରୋଗୀ ସଂଖ୍ୟା ବଢ଼ୁଛି, ମାନେ ଗୋଷ୍ଠୀ ସଂକ୍ରମଣ ହୋଇଛି। ଅନ୍ୟ ଦେଶରେ ଏହା ହେବା ଆମେ ଦେଖିଛେ । ଆଉ କିଛି ଦିନରେ ଭାରତରେ ବି ଗୋଷ୍ଠୀ ସଂକ୍ରମଣ ହୋଇଯିବ । ଏବେ ରାଜ୍ୟରେ ବହୁତ କମ୍ ମେଡିକାଲରେ ଆଡ଼ମିଟ ହେଉଛନ୍ତି । ମାତ୍ର ୨ ପ୍ରତିଶତରୁ କମ ଆଡ଼ମିଟ ହୋଇଛନ୍ତି। ଯଦି ସାମାନ୍ୟ ଲକ୍ଷଣ ରହୁଛି ତାହେଲେ ଟେଷ୍ଟ କରନ୍ତୁ, ଟେଷ୍ଟ ନ କଲେ ଅସୁବିଧା ଅଛି, ଘରେ ସମସ୍ତଙ୍କୁ ହୋଇଯିବ । ଏଯାଏଁ ରାଜ୍ୟରେ ଜଣେ ବି ଓମିକ୍ରନ ରୋଗୀଙ୍କର ମୃତ୍ୟୁ ହୋଇନି । ଏଯାଏଁ ରାଜ୍ୟରେ ସଂକ୍ରମଣ ତଳ ମୁହାଁ ହୋଇଛି ବୋଲି କହି ହେବନାହିଁ, ଆମକୁ ଆହୁରି କିଛିଦିନ ଅପେକ୍ଷା କରିବାକୁ ହେବ ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..