ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଦକୁ ନେଇ ଅଧିକାଂଶ ରାଜ୍ୟରେ ଅଲଗା ଅଲଗା ନିୟମ ପ୍ରଣୟନ କରାଯାଇଥାଏ । ତେବେ ଏନେଇ ବିହାର ସରକାର ଏକ ନୂଆ ନିୟମ ପ୍ରଣୟନ କରିଛନ୍ତି । ଶିକ୍ଷକମାନେ ପାଠ ପଢ଼ାଇବା ସହିତ ଏଣିକି ଅବୈଧ ମଦ ବିକ୍ରିକୁ ରୋକିବା ଦିଗରେ କାର୍ଯ୍ୟ କରିବେ । ମଦ ତସ୍କରୀକୁ ଶିକ୍ଷକମାନେ ରୋକିପାରିବେ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଦାୟିତ୍ୱ ସେମାନଙ୍କୁ ପ୍ରଦାନ କରିଛନ୍ତି । ତେବେ ମଦ ତସ୍କରୀକୁ ରୋକିବା ପାଇଁ ନୀତିଶଙ୍କ ଏହି ଅଭିନବ ଉପାୟକୁ ନେଇ ସମଗ୍ର ଦେଶରେ ଖୁବ୍ ଚର୍ଚ୍ଚା ହେଉଥିବା ଜଣାପଡ଼ିଛି । ଜଣାପଡ଼ିଛି ଯେ, ରାଜ୍ୟରେ ଶରାବ ତସ୍କରୀ ବଢ଼ି ଚାଲିଥିବା ବେଳେ ତାହାକୁ ରୋକିବା ରାଜ୍ୟ ସରକାରଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିଲା । ତେଣୁ ରାଜ୍ୟ ସରକାର ଏହି ନିୟମ ପ୍ରଣୟନ କରିଛନ୍ତି । ଏଣିକି ରାଜ୍ୟର ଶିକ୍ଷକମାନେ କେବଳ ପାଠ ପଢ଼ାଇବେ ନାହିଁ । ବରଂ ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଥିବା ଶରାବ ତସ୍କରୀ ଉପରେ ରୋକ୍ ଲଗାଇବେ । ମୁଖ୍ୟ ଶାସନ ସଚିବଙ୍କ ଚିଠିରେ ଦର୍ଶାଯାଇଛି ଯେ, ଶିକ୍ଷକମାନେ ରାଜ୍ୟର ମଦ୍ୟପ ଓ ମଦ ବେପାରୀଙ୍କ ଉପରେ ନଜର ରଖିବେ । ଏହି କଳାଧନ୍ଦା ବିଷୟରେ ଶିକ୍ଷକମାନେ ହେଲପ ଲାଇନ ନମ୍ବର ମାଧ୍ୟମରେ ଅବଗତ କରାଇବେ ବୋଲି କୁହାଯାଇଛି ।






More Stories
ଇରାନ ସହ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତୁତ…..
ସଂକଳ୍ପ ପତ୍ର ପ୍ରକାଶ କଲା ବିଜେପି…..
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..