Report Card Odisha

| Daily Odia News

ଏସସି-ଏସଟିଙ୍କ ପଦୋନ୍ନତି ସଂରକ୍ଷଣରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସରକାରୀ ଚାକିରୀରେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ପଦୋନ୍ନତିରେ ସଂରକ୍ଷଣ ଦେବା ପ୍ରସଙ୍ଗରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। କୋର୍ଟ ଏସସି/ଏସଟି ଆରକ୍ଷଣର ସର୍ତ୍ତକୁ କମ୍ କରିବାକୁ ମନା କରିଦେଇଛନ୍ତି ଓ କହିଛନ୍ତି, କର୍ମଚାରୀଙ୍କୁ ପଦୋନ୍ନତିରେ ସଂରକ୍ଷଣ ଦେବା ପୂର୍ବରୁ ଡାଟା ସଂଗ୍ରହ କରିବାକୁ ହେବ | ଏସସି/ଏସଟି ପଦୋନ୍ନତିରେ ସଂରକ୍ଷଣ ଦେବାର ପ୍ରସଙ୍ଗରେ ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ, ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ବିଆର ଗାଭାଇଙ୍କ ଏକ ବେଞ୍ଚ ଏହି ରାୟ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିରେ ଧାର୍ଯ୍ୟ ସଂରକ୍ଷଣ ବ୍ୟବସ୍ଥା ଏବଂ ମାନକକୁ ହାଲକା କରିହେବନି। ଏହି ମାମଲାରେ ଆଗାମୀ ଶୁଣାଣି ଆସନ୍ତା ମାସ ୨୪ ଫେବୃଆରୀରେ ହେବ। ସରକାରୀ ଚାକିରୀରେ ଏସସି/ଏସଟିର ଅଧିକାରୀ-କର୍ମଚାରୀଙ୍କୁ ପଦୋନ୍ନତିରେ ସଂରକ୍ଷଣକୁ ନେଇ ଦାଖଲ ଆବେଦନ ଉପରେ ସୁପ୍ରିମକୋର୍ଟ ୨୦୨୧ ରେ ନିଜର ରାୟ ସଂରକ୍ଷିତ ରଖିଥିଲେ। ଏହା ପୂର୍ବରୁ ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟକୁ କୁହାଯାଇଥିଲା ଯେ, ଦେଶ ସ୍ବାଧୀନତାର ୭୫ ବର୍ଷ ପରେ ବି ଏସସି/ଏସଟି ଲୋକଙ୍କୁ ଆଗୁଆ ଜାତିର ଲୋକଙ୍କ ସମାନ ଯୋଗ୍ୟତା ସ୍ତରକୁ ଆଣି ହୋଇନି। ଶୁଣାଣି ବେଳେ ଆଟର୍ଣ୍ଣିଂ ଜେନେରାଲ କେକେ ବେଣୁଗୋପାଳ କହିଥିଲେ, ଏସସି ଓ ଏସଟିଙ୍କ ପାଇଁ ସମୂହ ଏ’ ଶ୍ରେଣୀର ଚାକିରୀରେ ଉଚ୍ଚପଦ ପ୍ରାପ୍ତ କରିବା ଅଧିକ କଠିନ। କିନ୍ତୁ ଏବେ ସମୟ ଆସିଯାଇଛି ଯେ, ସୁପ୍ରିମକୋର୍ଟଙ୍କୁ ଖାଲିଥିବା ପଦବୀ ପୂରଣ ପାଇଁ ଏସସି, ଏସଟି ଏବଂ ଅନ୍ୟାନ୍ୟ ପଛୁଆ ଶ୍ରେଣୀ (ଓବିସି) ପାଇଁ ଦୃଢ ଆଧାର ଦେବା ଦରକାର। ସୁପ୍ରିମକୋର୍ଟ କହିଥିଲେ, ସେ ଏସସି/ଏସଟିଙ୍କୁ ପଦୋନ୍ନତିରେ ସଂରକ୍ଷଣ ଦେବା ନେଇ ରାଜ୍ୟ ସରକାରଙ୍କୁ ଧାର୍ଯ୍ୟ କରିବାକୁ ହେବ ଯେ, ସେ ଏହାକୁ କିପରି ଲାଗୁ କରିବେ।

Breaking News