ରିପୋର୍ଟ କାର୍ଡ / ଭୁବନେଶ୍ଵର
କ୍ରାଇମବ୍ରାଞ୍ଚ ଜମତରା ଗ୍ୟାଙ୍ଗ୍ ର ୩ ଜଣକୁ ଗିରଫ କରିଛି । ଦୁଇ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ଝାଡଖଣ୍ଡରୁ ଗିରଫ କରିଛି ଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ଏହି ଗ୍ୟାଙ୍ଗ୍ ରାଜ୍ୟରେ ସାଇବର ଲୁଟ୍ ସହ ସଂପୃକ୍ତ ଥିଲେ । କେଓ୍ବାଇସି ଅପଡେଟ୍ ନାଁରେ ଏମାନେ ଲୋକଙ୍କ ଆକାଉଣ୍ଟରୁ ଲୁଟ୍ କରୁଥିଲେ । ତେବେ ଏ ନେଇ ଅଭିଯୋଗ ପାଇବା ପରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଥିଲା । ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ରାଜ୍ୟ ତଥା ରାଜ୍ୟ ବାହାରେ ତନାଘନା ଚଳାଇଥିଲା । ଶେଷରେ ଏହି ଗ୍ୟାଙ୍ଗ୍ ର ୩ ଜଣ ସଦସ୍ୟଙ୍କୁ ଧରିବାରେ କ୍ରାଇମବ୍ରାଞ୍ଚ ସଫଳ ହୋଇଛି । ତେବେ ଏମାନଙ୍କ ସହ ଆଉ କାହାର ସଂପୃକ୍ତି ରହିଛି ସେ ନେଇ ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ ।






More Stories
ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ଼…..
ଆଗୁଆ ହେବନି ପଞ୍ଚାୟତ ନିର୍ବାଚନ…..
ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଶେଷ…..