ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଚାଲିଛି ନିର୍ବାଚନୀ ପର୍ବ | ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଗାଁର ରାଜନୀତି ସରଗରମ ରହିଛି | ଏହା ପୂର୍ବରୁ ଅବକାରୀ ବିଭାଗର ବଡ଼ ସୂଚନା ଦିଆଯାଇଛି। ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସବୁ ମଦ କାଉଣ୍ଟର ବନ୍ଦ ରହିବ ବୋଲି ନିଷ୍ପତି ହୋଇଛି । ଏନେଇ ଅବକାରୀ ବିଭାଗ ଡେପୁଟି କମିଶନର ରାମଚନ୍ଦ୍ର ପାଲଟା ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି । ଏହାସହ ସେ ଆହୁରି କହିଛନ୍ତି, ମଦମୁକ୍ତ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛଇ । ଏହି ସ୍କ୍ୱାଡ୍ ବିଭିନ୍ନ ଦିଗରୁ ମଦ କାରବାର ବନ୍ଦ ରଖିବାକୁ ପଦକ୍ଷେପ ଦେବ । ଏମିତିକି ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ ହେବ ବୋଲି କହିଛନ୍ତି ଅବକାରୀ ବିଭାଗ କମିଶନର । ସେ ଆହୁରି ମଧ୍ୟ କହିଛନ୍ତି, ନିଶା କାରବାର ରୋକିବାକୁ ବର୍ଡର ଚେକ୍ ପୋଷ୍ଟ କରାଯିବ । ଏମିତିକି ଟୋଲ୍ ଫ୍ରି ନମ୍ବର ୧୮୦୦ ୩୪୫୬୭୧୩ରେ ସାଧାରଣ ଲୋକ ଅଭିଯୋଗ କରିପାରିବେ । ନିର୍ବାଚନର ବେଳେ ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନ ବନ୍ଦ ହେବା ନିଷ୍ପତି ହୋଇଛି ।






More Stories
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…..
ଆଜି ମନ୍ତ୍ରୀ ପରିଷଦ ବୈଠକ…..
ଓଏଏସ୍ ଅଧିକାରୀଙ୍କ ବଦଳି……