ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୪ ରେ ନିର୍ବାଚନ ଲଢ଼ିପାରନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପ୍ । ସେ କ୍ଷମତାକୁ ଆସିଲେ ୨୦୨୧ ଜାନୁୟାରୀ ୬ରେ ହୋଇଥିବା କ୍ୟାପିଟୋଲ ଦଙ୍ଗା ଅଭିଯୁକ୍ତଙ୍କୁ କ୍ଷମା କରିଦେବେ ବୋଲି ଟେକ୍ସାସ୍ଠାରେ ଆୟୋଜିତ ‘ସେଭ୍ ଆମେରିକା’ ମେଗା ରାଲିରେ ପ୍ରକାଶ କରିଛନ୍ତି | ଅନେକ ଲୋକ ତାଙ୍କୁ ଏ ବିଷୟରେ ପ୍ରଶ୍ନ କରୁଛନ୍ତି। ଯଦି ସେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନିଅନ୍ତି ଏବଂ ଏଥିରେ ବିଜୟ ହୁଅନ୍ତି ତେବେ ଦଙ୍ଗାରେ ସମ୍ପୃକ୍ତ ଲୋକଙ୍କ ସହ ଉଚିତ ବ୍ୟବହାର କରିବେ। ଆବଶ୍ୟକ ପଡ଼ିଲେ ସେମାନଙ୍କୁ କ୍ଷମା ଦେବେ ବୋଲି ୭୫ ବର୍ଷୀୟ ଟ୍ରମ୍ପ୍ କହିଛନ୍ତି। ସୂଚନାଯୋଗ୍ୟ, ୧୮୧୨ ଯୁଦ୍ଧ ପରେ ଗତ ବର୍ଷ ଜାନୁୟାରୀରେ ଆମେରିକା କଂଗ୍ରେସକୁ ଟାର୍ଗେଟ କରାଯାଇଥିଲା। ବର୍ତ୍ତମାନ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କଠାରୁ ଟ୍ରମ୍ପ୍ ହାରିବା ପରେ ବହୁ ସଂଖ୍ୟାରେ ଟ୍ରମ୍ପ ସମର୍ଥନ କ୍ୟାପିଟୋଲ ମଧ୍ୟକୁ ଧସେଇ ପଶି ହିଂସାକାଣ୍ଡ ଘଟାଇଥିଲେ। ଏଥିରେ ସିକ୍ୟୁରିଟି ଅଧିକାରୀ ଓ ଦଙ୍ଗାକାରୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଶହେରୁ ଊର୍ଦ୍ଧ୍ୱ ପୋଲିସ ଆହତ ହୋଇଥିଲେ |






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….