ରିପୋର୍ଟ କାର୍ଡ / ଭୁବନେଶ୍ୱର
ସାଧାରଣତଃ ଆମର ଧାରଣା ଥାଏ ଯେ ଆମିଷ ଖାଦ୍ୟ ସେକ୍ସ ଇଚ୍ଛା ବଢ଼ାଇଥାଏ । ହେଲେ ଏବେ ଜଣେ ସାମ୍ବାଦିକ ତାଙ୍କର ଗବେଷଣାତ୍ମକ ତଥ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଆପଣ ଜାଣିପାରିବେ ଯେ ଆମିଷ ଖାଦ୍ୟ ଅପେକ୍ଷା ନିରାମିଷ ଖାଦ୍ୟ ସେକ୍ସ କ୍ଷମତା ବଢ଼ାଇଥାଏ । ଏବେ ସାରା ବିଶ୍ୱରେ ନିରାମିଷ ଖାଦ୍ୟ ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି । ତେବେ ବ୍ରିଟିଶ ଖବରକାଗଜରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ଉକ୍ତ ସାମ୍ବାଦିକ ଜଣ ଦିନେ ମାଂସ ଖାଇ ନିଜର ପ୍ରେମିକାଙ୍କ ସହ ଶଯ୍ୟାକୁ ଯାଇଥିଲେ । ହେଲେ ସଂଗେ ସଂଗେ ତାଙ୍କୁ ନିଦ ଆସିଯାଇଥିଲା । ସେ ଶଯ୍ୟାରେ କିଛି ବି କରିପାରିନଥିଲେ । ହେଲେ ପରଦିନ ସେ ଯେତେବେଳେ ନିରାମିଷ ଖାଦ୍ୟ ଯାଇ ଶଯ୍ୟାକୁ ଯାଇଥିଲେ । ପ୍ରେମିକାଙ୍କ ସହ ଶଯ୍ୟାରେ ସଫଳ ହୋଇଥିଲେ । ଶଯ୍ୟାରେ ପ୍ରେମିକଙ୍କ ସହ ବହୁ ସମୟ କାଟିଥିବାର ସେ ପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ ଶାକାହାରୀ ହେବା ପରେ ତାଙ୍କର କମର ମଧ୍ୟ ପତଳା ହୋଇଯାଇଛି । ଏବେ ସେ ଭଲ ଭାବେ ସେକ୍ସ ପ୍ଲେ କରିପାରୁଛନ୍ତି । ସବୁଜ ପନିପରିବା, ଲାଲ ଲଙ୍କା, ଡାର୍କ ଚକୋଲେଟ ଓ ବାଦାମରେ ଭରପୁର ମାତ୍ରାରେ ଭିଟାମିନ ବି, ଜିଙ୍କ ରହିଥାଏ। ଏହା ଟେଷ୍ଟୋଷ୍ଟେରୋନ (ସେକ୍ସ ହରମୋନ) ସ୍ତର ବଢ଼ାଇବା ସହ ଯୌନ ଇଚ୍ଛାକୁ ବଢ଼ାଇଥାଏ । ମାଂସ,ଅଣ୍ଡା ଓ କ୍ଷୀର ଜାତୀୟ ପଦାର୍ଥରେ କୋଲେଷ୍ଟରାଲ ଓ ସେଚୁରେଟେଡ ଏନିମଲ ଫ୍ୟାଟ ରହିଥାଏ । ଯାହାକି ଧମନୀକୁ ବନ୍ଦ କରିଦେଇଥାଏ । ଆମେିରିକା ଜର୍ଣ୍ଣାଲ ଅଫ୍ କ୍ଲିନିକାଲ ନ୍ୟୁଟ୍ରେସନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ଫ୍ଲୋବେନାଇଡସରେ ଭରପୁର ଖାଦ୍ୟ ପୁରୁଷଙ୍କ ମଧ୍ୟରେ ଇରେକ୍ଟାଇଲ ଡିସଫଙ୍କସନକୁ ଭଲ କରିଥାଏ । ଏହାସହ ମାଂସ ଓ ଡାଏରୀ ପ୍ରଡକ୍ଟ ନଖାଇବା ଦ୍ୱାରା ଆମ ଶରୀରରେ ସେରୋଟିନନ ନାମକ ହରମୋନ ବଢ଼ିଥାଏ । ଫଳରେ ଏହି ହର୍ମୋନ ଆମକୁ ଖୁସ ରଖିବା ସହ ଆମ ମନରେ ପ୍ରେମ କରାଇବାର ଇଚ୍ଛା ଜାଗ୍ରତ କରିଥାଏ । ଫଳରେ ଆମେ ଶଯ୍ୟାରେ ଭଲ ପ୍ରେମ କରିପାରିଥାଉ ।






More Stories
ରାଜ୍ୟରେ ବଢ଼ିଲା କୋଭିଡ ମାମଲା,ଜନସାଧାରଣଙ୍କୁ ପରାମର୍ଶ….
ଓଡିଶାକୁ ପୁଣି ଫେରିଲା କରୋନା:ଜଣେ ଆକ୍ରାନ୍ତ ଚିହ୍ନଟ……
ସବୁ ଜିଲ୍ଲାରେ ଆରମ୍ଭ ହେଲା କରୋନା ଟେଷ୍ଟିଂ…..