ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତାକାଲି ଉତ୍ତରପ୍ରଦେଶର ପଞ୍ଚମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ । ଏହି ପର୍ଯ୍ୟାୟରେ ୧୨ଟି ଜିଲ୍ଲାର ୬୧ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବାରବଙ୍କୀ, ରାଏବରେଲୀ, ପ୍ରତାପଗଡ଼, କୁଶାମ୍ବୀ, ପ୍ରୟାଗରାଜ, ଅଯୋଧ୍ୟା, ଶ୍ରାବସ୍ତୀ, ବହରିଚ୍, ଗୋଣ୍ଡା, ସୁଲତାନପୁର, ଆମେଥୀ ଏବଂ ଚିତ୍ରକୁଟ ଆଦି ଜିଲ୍ଲାରେ ମତଦାନ ହେବ। ୬୧ଟି ନିର୍ବାଚନ ମଣ୍ଡଳୀରୁ ୬୯୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେଥି ମଧ୍ୟରୁ ୧୩ଟି ଆସନ ଅନୁସୂଚିତ ଜାତିର ପ୍ରାର୍ଥୀମାନଙ୍କ ପାଇଁ ସଂରକ୍ଷିତ ରହିଛି । ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..