Report Card Odisha

| Daily Odia News

ଆଜିଠୁ ଜମିବ ପୌର ନିର୍ବାଚନ ପ୍ରଚାର….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠାରୁ ପୌର ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହେବ | ଗତକାଲି ସରିଯାଇଛି ପାର୍ଥିପତ୍ର ଦାଖଲ| ଆସନ୍ତାକାଲି ୯ ତାରିଖରେ ପ୍ରାର୍ଥି ପତ୍ର ଯାଞ୍ଚ କରାଯିବ ଓ ସନ୍ଧ୍ୟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ପୌରାଧ୍ୟକ୍ଷ, ମେୟର ପାଇଁ ୬୯୩, କାଉନ୍ ସିଲର ଏବଂ କର୍ପୋରେଟର ପାଇଁ ୬୪୫୯ ନାମାଙ୍କନ ଭରିଛନ୍ତି । ଶେଷ ଦିନରେ ସୋମବାର ୫୦୪୫ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଥିରେ ୫୦୪ ଜଣ ପୌରାଧ୍ୟକ୍ଷ ଏବଂ ମେୟର୍ ପଦ ପାଇଁ ଓ ୪୫୪୧ଜଣ କର୍ପୋରେଟର୍ ଏବଂ କାଉନସିଲର ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କେବଳ କଟକ ମହାନଗର ନିଗମ ମେୟର ପଦବି ପାଇଁ ୩୦ ଜଣ ଓ ୫୯ଟି ୱାର୍ଡର କର୍ପୋରେଟର ପାଇଁ ୨୯୬ଟି ନାମାଙ୍କନ ଦାଖଲ ହୋଇଛି। ବିଜେଡି ୫୯ଟି ୱାର୍ଡରୁ ୫୯ ଜଣଙ୍କୁ କର୍ପୋରେଟର ପାଇଁ ଟିକେଟ ଦେଇଥିଲେ ବି ବିଜେଡି ପ୍ରାର୍ଥୀ ଦର୍ଶାଇ ୬୭ଟି ନାମାଙ୍କନ ଦାଖଲ ହୋଇଛି। ସେହିଭଳି ବିଜେପିରୁ ୬୨ଟି, କଂଗ୍ରେସରୁ ୬୦ଟି, ସିପିଆଇ(ଏମ୍ )ରୁ ୩ଟି, ସିପିଆଇରୁ ଗୋଟିଏ, ବିଏସ୍ ପିରୁ ୨ଟି ନାମାଙ୍କନ ଦାଖଲ ହୋଇଛି। ସ୍ବାଧୀନ ପ୍ରାର୍ଥୀ ଭାବେ ୧୦୧ଟି ପ୍ରାର୍ଥିପତ୍ର ଦାଖଲ ହୋଇଛି। ଶେଷ ଦିନରେ ତିନି ପ୍ରମୁଖ ଦଳର ଦଳୀୟ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ବିଭିନ୍ନ ଜାଗାରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ତେବେ ଏହି ସବୁ ଆବେଦନଗୁଡ଼ିକ ଯାଞ୍ଚ କରାଯିବ। ବୁଧବାର ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୧୪ ତାରିଖ ଅପରାହ୍ ଣ ୩ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପାଇଁ ସୁଯୋଗ ରହିବ। ସେହିଦିନ ଅପରାହ୍ ଣ ୫ଟା ଭିତରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ବିନା କୋଭିଡ କଟକଣାରେ ପୌର ନିର୍ବାଚନ ପ୍ରଚାର ହେବ । ରାଜ୍ୟରେ କୋଭିଡ ପଜିଟିଭିଟି ହାର ହ୍ରାସ ପାଇଥିବାରୁ ପୌର ନିର୍ବାଚନ ପ୍ରଚାରରେ କୌଣସ କରୋନା କଟକଣା ନାହିଁ। ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନର ।

Breaking News