ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖାଦ୍ୟ ଅଧିକ ରାନ୍ଧି ଦେଇଥିଲେ ସେସବୁ ନଷ୍ଟ ନହେବା ପାଇଁ ଫ୍ରିଜ୍ରେ ରଖିଦେଇଥାଉ | ହେଲେ ବିଶେଷଜ୍ଞଙ୍କ ଅନୁସାରେ ଖାଦ୍ୟ ବେଶିଦିନ ଫ୍ରିଜ୍ରେ ରହିଲେ ସେଥିରେ ଫଙ୍ଗସ୍ ହୋଇଯାଏ। ଏହି ଖାଦ୍ୟକୁ ଖାଇବା ଦ୍ୱାରା ବ୍ୟାକ୍ଟେରିଆଲ ଇନ୍ଫେକ୍ସନ ହୋଇପାରେ। ଏହାକୁ ସେପ୍ସିସ ରୋଗ କୁହାଯାଏ। ତେବେ ଅଧିକାଂଶ ସମୟ ବାସିଖାଦ୍ୟ ଖାଇଲେ ତାହାର ପ୍ରଭାବ କିଡ୍ନୀ ଉପରେ ପଡ଼ିବାର ଆଶଙ୍କା ରହିଛି। ‘ବାସିଖାଦ୍ୟ ଓ କିଡ୍ନୀ ସମସ୍ୟା’ ଶୀର୍ଷକ ବିଷୟକୁ ନେଇ ସିଡ୍ନୀ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ପରୀକ୍ଷା କରିଥିଲେ। ଏପରି ଖାଦ୍ୟ ଫଙ୍ଗସ୍ ସଂସ୍ପର୍ଶରେ ଆସିବା ଦ୍ୱାରା ତାହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ବିଶେଷ ଭାବରେ ଏହାର ପ୍ରଭାବ କିଡ୍ନୀ ଉପରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି।






More Stories
ରାଜ୍ୟରେ ବଢ଼ିଲା କୋଭିଡ ମାମଲା,ଜନସାଧାରଣଙ୍କୁ ପରାମର୍ଶ….
ଓଡିଶାକୁ ପୁଣି ଫେରିଲା କରୋନା:ଜଣେ ଆକ୍ରାନ୍ତ ଚିହ୍ନଟ……
ସବୁ ଜିଲ୍ଲାରେ ଆରମ୍ଭ ହେଲା କରୋନା ଟେଷ୍ଟିଂ…..