Report Card Odisha

| Daily Odia News

ଉଦ୍ଧବଙ୍କ ପତ୍ନୀ ଜେଲ୍ ଗଲେ !…ନବନୀତ୍….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ଅନୁମାନ ଚାଳିଶା ପଢ଼ିବାର ଧମକ ଦେଇ ଗିରଫ ହୋଇଥିଲେ ସାଂସଦ-ବିଧାୟକ ଦମ୍ପତି ନବନୀତ୍ ରାଣ ଓ ରବି ରାଣା। ରବିବାର ଦୁହିଁଙ୍କୁ ଜାମିନ ମିଳିଥିବା ବେଳେ ଗଣମାଧ୍ୟମ ଆଗରେ ଉଦ୍ଧବ ଠାକରେଙ୍କୁ ଟା‌ର୍ଗେଟ କରିଛନ୍ତି ନବନୀତ୍। ଉଦ୍ଧବ ଠାକରେ ମହିଳାଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର କରୁଛନ୍ତି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ଥରେ ତାଙ୍କର କ୍ଷମତା ଚାଲିଗଲେ ସେ କରୁଥିବା ଭୁଲ ବୁଝିପାରିବେ। ତାଙ୍କ ଘରୁ କେହି ଗିରଫ ହେ‌ଲେ ବା ତାଙ୍କ ପତ୍ନୀ ଗିରଫ ହେଲେ ମୁଁ ତାଙ୍କୁ ପଚାରିବି ଯେ, କୌଣସି ଅପରାଧ ନକରି ଆପଣଙ୍କ ପତ୍ନୀ ଗିରଫ ହୋଇଛନ୍ତି। ଆପଣଙ୍କୁ କେମିତି ଲାଗୁଛି? ଏହା ପୂର୍ବରୁ ନବନୀତ ରାଣା ଗଣମାଧ୍ୟମକୁ କହିଥିଲେ ଯେ, ହନୁମାନ ଚାଳିଶା ପଢ଼ିବା ପାଇଁ ମୁଁ ୧୪ ଦିନ କ’ଣ, ୧୪ବର୍ଷ ଜେଲରେ ରହିବାକୁ ପ୍ରସ୍ତୁତ ଅଛି। ମୁଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମହାରାଷ୍ଟ୍ରର ଯେକୌଣସି ସ୍ଥାନରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆହ୍ବାନ କରୁଛି। ସେ ଯେଉଁ ଆସନରୁ ନିର୍ବାଚନ ଲଢ଼ିବେ, ମୁଁ ମଧ୍ୟ ସେହି ଆସନରୁ ନିର୍ବାଚନ ଲଢ଼ିବି। ଆଗାମୀ ସମୟରେ, ମହାରାଷ୍ଟ୍ରର ଲୋକମାନେ ଉଦ୍ଧବ ଠାକରେଙ୍କୁ ଜଣାଇାବ ଯେ, ଯେଉଁମାନେ ହନୁମାନଙ୍କ ନାଁ ଏବଂ ରାମଙ୍କ ନାଁ ନେଉଛନ୍ତି ସେମାନଙ୍କୁ ହଇରାଣ କଲେ ପରିଣାମ କ’ଣ ହୁଏ ବୋଲି ପ୍ରଶ୍ନ କରିଛନ୍ତି |

Breaking News