ରିପୋର୍ଟ କାର୍ଡ / କଟକ
ଲାଞ୍ଚ ନେଇ ପତ୍ନୀ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ମାହାଙ୍ଗା ଥାନାର ବିବାଦୀୟ ଆଇଆଇସି ନିହାର ରଞ୍ଜନ ମହାନ୍ତିଙ୍କ ପାଇଁ ଅଡ଼ୁଆ ପୁଣି ବଢ଼ିଛି। ଭିଜିଲାନ୍ସ ଜେରାର ଗୋଟିଏ ଦିନ ପରେ ତାଙ୍କୁ ତତ୍କାଳ ଭାବେ ମାହାଙ୍ଗା ଥାନାରୁ ବଦଳି କରାଯାଇଥିବା | ସେ ଏବେ କଟକ ଗ୍ରାମାଞ୍ଚଳ ଏସ୍ପି କାର୍ଯ୍ୟାଳୟରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କାମ କରିବେ। ଏଥିସହ ମାହାଙ୍ଗା ଥାନାରେ ସ୍ଥାୟୀ ଆଇଆଇସି ନିଯୁକ୍ତି ନହେବା ଯାଏ ଭଦ୍ରେଶ୍ୱର ଏସ୍ଆଇ ତପନ କୁମାର ନାୟକ ଏହି ପଦରେ କାମ କରିବେ ବୋଲି ସୂଚନା ମିଳିଛି। ତାଙ୍କୁ ଅସ୍ଥାୟୀ ଭାବେ ମାହାଙ୍ଗା ଥାନାର ଦାୟିତ୍ୱ ମିଳିଛି। ଗତକାଲି ନିହାରଙ୍କୁ ଭିଜିଲାନ୍ସ ଅଫିସରେ ପଚରାଉଚରା ହୋଇଥିଲା। ତଦନ୍ତରେ ସହଯୋଗ କରୁ ନଥିବାରୁ ନୋଟିସ୍ କରିଥିଲା ତଦନ୍ତକାରୀ ସଂସ୍ଥା। ପୂର୍ବରୁ ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ବିବାଦୀୟ ହୋଇଥିଲେ ଆଇଆଇସି ନିହାର ରଞ୍ଜନ। ଏହି ମାମଲାରେ କୋର୍ଟ ମଧ୍ୟ ତାଙ୍କୁ ତାଗିଦ୍ କରିଥିଲେ ବୋଲି ଜଣାପଡିଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..