ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିବାହ ଭୋଜିରେ ଅନେକ ସମରେ ବିଶୃଙ୍ଖଳା ଦେଖିବାକୁ ମିଳେ | ଟିକେ ଟିକେ ଭୁଲ ଭଟକାକୁ ନେଇ ହୁଏ ଲଙ୍କାକାଣ୍ଡ | ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ମୁରାଦାଦା ଜିଲ୍ଲାର | ବାହାଘର ଭିଜିରେ ଖାଇବା ପରସିବା ଡେରି ହେବାରୁ ରଣକ୍ଷେତ୍ର ପାଲଟିଛି । ଲାତ, ମୁଥା ମାଡକୁ ସାଙ୍ଗକୁ ଉଡିଲା ଜୋତା । ସେତିକିରେ ମନଶାନ୍ତି ନହେବାରୁଅଣ୍ଟାରୁ ବେଲ୍ଟ କାଡି ପିଟି ଚାଲିଲେ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ମୁରାଦବାଦରେ । ଯେତେବେଳେ ବର ଓ କନ୍ୟା ପକ୍ଷ ମଧ୍ୟରେ ଖାଇବାକୁ ନେଇ ଯୁଦ୍ଧ ଚାଲିଥିଲା କେହି ଜଣେ ଏହାକୁ ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଭିଡିଓ ଭାଇରାଲ ହୋଇଯାଇଥିଲା । ପୋଲିସ ଭିଡିଓଟିକୁ ଦେଖି ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲା ଓ ଭିଡିଓ ଆଧାରରେ କିଛି ଲୋକଙ୍କ ନାଁରେ ମାମଲା ରୁଜୁ କରିଛି । ମୁରାଦାଦା ଜିଲ୍ଲାର କରୁଲାର ଏକ ନମ୍ବର ଗଳିରେ ଥିବା ଅୟୁବି ମ୍ୟାରେଜ ହଲରେ ଓ୍ବାଲିମା ଭୋଜି ଚାଲିଥିଲା । ଏହି ସମୟରେ ଖାଇବା ପରିସିବା ଡେରି ହେବାରୁ ବିବାଦ ଆରମ୍ଭ ହୋଇଥିଲା । ଯାହା ପରେ ମାଡପିଟର ରୂପ ନେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝଗଡ଼ା କରୁଥିବା ଲୋକଙ୍କୁ ଶାନ୍ତ କରିଥିଲା । ଏହାପରେ ଧାରା ୩୨୩ ଓ ୩୨୪ରେ ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ଘଟଣାରେ କିଛି ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ ଚଲାଇଛି ।






More Stories
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..
କୋର୍ଟକୁ ବୋମା ଧମକ…..