ରିପୋର୍ଟ କାର୍ଡ / ଭୁବନେଶ୍ୱର
ନିଖୋଜ ଥିବା ପୂର୍ବତନ ବିଧାୟକ ସରୋଜ ପାଢୀ ଙ୍କୁ ରାମେଶ୍ୱରମରୁ ଠାବ କରାହୋଇଛି | ପୁଅକୁ ଫୋନ ଯୋଗେ ସୂଚନା ଦେଇଛନ୍ତି ନିଜେ ସରୋଜ । ସେ ପ୍ରଥମେ ଗୋଆ ପରେ ସେଠାରୁ ରାମେଶ୍ୱରମ ଯାଇଥିଲେ । ଗତ ୧୨ ତାରିଖରୁ ନିଖୋଜ ହେବା ନେଇ ଅଭିଯୋଗ ହୋଇଥିଲା । ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ପରିବାର । ସେ କେଉଁ କେଉଁ ସ୍ଥାନକୁ ଯାଇପାରନ୍ତି, ସେସବୁ ସ୍ଥାନରେ ଅନୁଧ୍ୟାନ କରିଥିଲା ପୋଲିସ । ଏମିତିକି ସମସ୍ତ ସମ୍ପର୍କୀୟଙ୍କୁ ଯୋଗଯୋଗ କରାଯାଇଥିଲା । ରାଜ୍ୟର ବିଭିନ୍ନ ଥାନାକୁ ସରୋଜଙ୍କ ଫଟୋ ଓ ତାଙ୍କର ତଥ୍ୟ ପଠାଯାଇଥିଲା । ସୂଚନା ଅନୁଯାୟୀ, ଗତ ୧୨ ତାରିଖରୁ ସରୋଜ ଭୁବନେଶ୍ୱର ୟୁନିଟ-୬ ସ୍ଥିତ ଘରକୁ ଯାଇଥିଲେ । ହେଲେ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ଘର ଲୋକେ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ କୌଣସି ସୁଫଳ ମିଳିନଥିଲା । ଶେଷରେ ପୁଅ ଥାନାରେ ଏତଲା ଦେଇଥିଲେ । ୨୦୦୪ରେ କଂଗ୍ରେସ ଟିକେଟରେ ଆସିକାରୁ ଜିତିଥିଲେ ସରୋଜ ।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..