ରିପୋର୍ଟ କାର୍ଡ / ଝାରସୁଗୁଡା
କାର୍ତ୍ତି ଚିଦାମ୍ବରମ ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଚୀନର ସେପକୋ କମ୍ପାନୀର ୨୫୦ ଅଧିକାରୀଙ୍କୁ ବେଆଇନ ଭାବେ ଭାରତୀୟ ଭିସା ଦେବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଆଜି କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମଙ୍କ କାର୍ଯ୍ୟାଳୟ ଓ ଘରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି। ପି. ଚିଦାମ୍ବରମ ପୁତ୍ର ହେଉଛନ୍ତି କାର୍ତ୍ତି ଚିଦାମ୍ବରମ | ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇରେ ଥିବା କାର୍ଯ୍ୟାଳୟ ଓ ଘରେ ଚଢାଉ ହେବା ସହ ଓଡ଼ିଶାର ଝାରସୁଗୁଡ଼ାରେ ମଧ୍ୟ କାର୍ତ୍ତିଙ୍କ ଲିଙ୍କ୍ରେ ଚଢାଉ ହୋଇଥିବା ସୂଚନା ମିଳିଛି। ଝାରସୁଗୁଡା ସମେତ ଦେଶର ମୋଟ୍ ୧୦ ସ୍ଥାନରେ ସିବିଆଇ ଚଢାଉ କରିଛି। ମଙ୍ଗଳବାର ସକାଳୁ ଝାରସୁଗୁଡା ବେଦାନ୍ତ ପରିସରସ୍ଥିତ ବାହ୍ୟ ନିଯୁକ୍ତି ସଂସ୍ଥା ସେପକୋ କାର୍ଯ୍ୟାଳୟରେ ସିବିଆଇ ଅଧିକାରୀ ଯାଞ୍ଚ ଜାରି ରଖିଛନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..