ରିପୋର୍ଟ କାର୍ଡ / କଟକ
କଟକ ବିଡ଼ାନାସୀ କୃଷକ ବଜାରରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ପାଖରେ ମଦ ବୋତଲ ପଡ଼ିଥିବାରୁ ସସପେନ୍ସ ଦେଖାଦେଇଛି। କେହି ମହିଳାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ମହିଳା ଜଣକ ବ୍ଲୁ ରଙ୍ଗର ଜିନ୍ସ ପିନ୍ଧିଥିବା ବେଳେ ତାଙ୍କ ବେକରେ ଗୋଟେ ଆପ୍ରୋନ ଗୁଡ଼େଇ ହୋଇ ରହିଛି। ସେ ତଳକୁ ମୁହଁ ମାଡ଼ି ପଡ଼ି ରହିଛନ୍ତି। ପାଣି ଟାଙ୍କିର ସିଡ଼ି ଉପରେ ମହିଳାଙ୍କ ଚପଲ ଓ ଭ୍ୟାନିଟି ପଡ଼ିଛି। ମହିଳାଙ୍କ ପରିଚୟ ମିଳିନାହିଁ। କୃଷକ ବଜାରରେ ଥିବା ପାଣି ଟାଙ୍କି ତଳେ ମହିଳାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ନେଇ ବିଡ଼ାନାସୀ ପୁଲିସକୁ ଖବର ଦେଇଥିଲେ। ବିଡ଼ାନାସୀ ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି। ମହିଳା ଜଣଙ୍କ ଅତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, କାରଣ ଅସ୍ପଷ୍ଟ ରହିଛି।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ଆଜି ପ୍ରବଳ ବର୍ଷିବ,୫ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ ଜାରି…..
ଶାହଙ୍କ ଓଡିଶା ଗସ୍ତ ବାତିଲ…..