ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋର ସିଇଓ ଭାବେ ନିଯୁକ୍ତି ପାଇଛନ୍ତି ପିଟର ଇଲବର୍ସ। ଆସନ୍ତା ଅକ୍ଟୋବର ୧ରୁ ସେ ବିଧିବଦ୍ଧ ଭାବେ ଏହି ପଦର ଦାୟିତ୍ୱ ନେବେ। ୨୦୧୪ରୁ ପିଟର କେଏଲଏମ ରୟାଲ ଡଚ ଏୟାରଲାଇନ୍ସର ସଭାପତି ଓ ସିଇଓ ଭାବେ କାର୍ଯ୍ୟ କରି ଆସୁଛନ୍ତି। ବିମାନ ସେବା ପ୍ରଦାନକାରୀ କମ୍ପାନୀ ଗୁଡ଼ିକ ସହ କାର୍ଯ୍ୟ କରିବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି। ଏହି ଅଭିଜ୍ଞତାକୁ ଦୃଷ୍ଟିରେ ରଖି ତାଙ୍କୁ ଇଣ୍ଡିଗୋ ବଡ଼ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଇଣ୍ଡିଗୋର ସିଇଓ ଭାବେ ରୋନଜୟ ଦତ୍ତ କାର୍ଯ୍ୟ କରୁଛନ୍ତି। ତାଙ୍କ କାର୍ଯ୍ୟକାଳ ୨୦୨୨ ମସିହା ସେପ୍ଟେମ୍ବର ୩୦ରେ ଶେଷ ହେବ। ଏହାପରା ହିଁ ପିଟର ସିଇଓ ଭାବେ କାର୍ଯ୍ୟ ଆରମ୍ଭ କରିବେ। ଶ୍ରୀ ଦତ୍ତ କରୋନା ସମୟରେ ଇଣ୍ଡିଗୋକୁ ସମ୍ଭାଳିଥିଲେ। ଏଥିପାଇଁ କମ୍ପାନୀ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛି। ଇଣ୍ଡିଗୋର ଏମଡି ରାହୁଲ ଭାଟିଆ କହିଛନ୍ତି, “ରୋନ(ରୋନଜୟ ଦତ୍ତ) ଆମ ବ୍ୟବସାୟୀକୁ ଦୀର୍ଘ ୪ ବର୍ଷ ହେଲା ବେଶ ପ୍ରଭାବୀ ଢଙ୍ଗରେ ଆଗକୁ ନେଇଥିବାରୁ ତାଙ୍କୁ ବୋର୍ଡ ଅଫ ଡିରେକ୍ଟର୍ସ ଓ ମୋ ତରଫରୁ ଅଶେଷ ଧନ୍ୟବାଦ। ବିଶେଷ କରି ଏୟାରଲାନ୍ସ ଇତିହାସରେ ସବୁଠାରୁ ଖରାପ ସମୟରେ ମଧ୍ୟ ସେ କମ୍ପାନୀକୁ ସମ୍ଭାଳିଥିଲେ। ତାଙ୍କ କାର୍ଯ୍ୟ ଦକ୍ଷତା କମ୍ପାନୀକୁ ଆଗକୁ ନେବାରେ ସହାୟକ ହେବ।”






More Stories
ଏପ୍ରିଲ ୨୨ରେ କେଦାରନାଥ…..
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..