Report Card Odisha

| Daily Odia News

ପୁଣି ବଢ଼ିଲା ଗ୍ୟାସ୍‌ ଦର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ତୃତୀୟ ଥାର ପାଇଁ ସମଗ୍ର ଦେଶରେ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ପାଇଛି। ଘରୋଇ ବ୍ୟବହାର ନିମନ୍ତେ ‘ଏଲ୍‌ପିଜି’ ସିଲିଣ୍ଡର୍‌ପିଛା  ୩.୫୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ବ୍ୟାବସାୟିକ ବ୍ୟବହାର ନିମିତ୍ତ ‘ଏଲ୍‌ପିଜି’ ସିଲିଣ୍ଡର୍‌ପିଛା  ୮ ଟଙ୍କା ବୃଦ୍ଧି ପାଇଛି। ଚଳିତ ମାସରେ ଏହା ହେଉଛି ରନ୍ଧନ ଗ୍ୟାସ୍‌ର ଦ୍ବିତୀୟ ଥର ମୂଲ୍ୟବୃଦ୍ଧି। ଆଜିର ଦର ବୃଦ୍ଧି ପରେ ଦେଶର ପ୍ରାୟ ସମସ୍ତ ସହରରେ ଘରୋଇ ସିଲିଣ୍ଡର୍‌ ଦର ଟ. ୧୦୦୦ ଟପିଯାଇଛି। ସେହି ଅନୁସାରେ, ଆଜିଠାରୁ ଦିଲ୍ଲୀ ଓ ମୁମ୍ବାଇରେ ଘରୋଇ ବ୍ୟବହାର ନିମନ୍ତେ ‘ଏଲ୍‌ପିଜି’ ସିଲିଣ୍ଡର୍‌ର ଦର ଟ. ୧୦୦୩ କୋଲ୍‌କାତାରେ ଟ. ୧୦୨୯ ଏବଂ ଚେନ୍ନାଇରେ  ୧୦୧୮.୫ ଟଙ୍କା ରେ ବିକ୍ରି ହେଉଛି।ସ୍ମରଣଯୋଗ୍ୟ, ମେ ୭ ତାରିଖରେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର୍‌ ୫୦ ଟଙ୍କା ବୃଦ୍ଧି ପାଇଥିଲା। କ୍ରମାଗତ ଦର ବୃଦ୍ଧି ଫଳରେ ଉଭୟ ଘରୋଇ ଏବଂ ବ୍ୟାବସାୟିକ କ୍ଷେତ୍ରରେ ବ୍ୟବହୃତ ଇନ୍ଧନ ଗ୍ୟାସ୍‌ ବ୍ୟୟବହୁଳ ହୋଇଯାଇଛି।

 

Breaking News