ରିପୋର୍ଟ କାର୍ଡ / ପୁରୀ
ପୁରୀରେ ରଥ ନିର୍ମାଣ ଲାଗି ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାର ରେଢ଼ାଖୋଲ ବନଖଣ୍ଡରୁ ୬୦ ଖଣ୍ଡ ଧଉରା କାଠ ଶ୍ରୀ କ୍ଷେତ୍ର ପଠାଯାଇଛି । ଚଳିତ ଥର ରଥ ନିର୍ମାଣରେ ଧଉରା କାଠ ନିଅଣ୍ଟ ପଡିବାରୁ ବିଭାଗୀୟ ସ୍ତରରେ ଚିଠି ଆସିଥିଲା । ରେଢ଼ାଖୋଲ ବନବିଭାଗ ପ୍ରଥମେ ୯୦ ଟି ଗଛ ଏହି ଡିଭିଜନର ଚାରମାଳ ଓ ବଡ଼ମାଳ ରେଞ୍ଜରୁ ଚିହ୍ନଟ କରିଥିଲେ କିନ୍ତୁ ରେଢ଼ାଖୋଲ ରେଞ୍ଜର ବୁର୍ଡା ପଞ୍ଚାୟତ ବନ୍ତଲୋଇ ଗାଁ ପାଖ ଲଣ୍ଡାକୋଟ ସଂରକ୍ଷିତ ଜଙ୍ଗଲରୁ ଗୋଟିଏ ସ୍ଥାନରୁ ହିଁ ଗଛ ମିଳିଥିଲା । ୩୦ ଟି ଗଛରୁ ୬୦ ଖଣ୍ଡ ଧଉରା କାଠ ଯାହା ୧୨ ଫୁଟ ଲମ୍ବ , ୩ ଫୁଟ ଗୋଲେଇରେ ଏହି ୬୦ ଖଣ୍ଡ କାଠକୁ ପୂଜାର୍ଚ୍ଚନା କରାଯାଇ, ଭଜନ କୀର୍ତ୍ତନ କରି ଜୟ ଜଗନ୍ନାଥ ଡାକରେ ହୁଳହୁଳି ଦେଇ ଗ୍ରାମବାସୀ ଓ ବନବିଭାଗ କର୍ମଚାରୀ ମାନେ କାଠ ଟ୍ରକକୁ ଫୁଲ, ବାନା , ନୂଆ କନା ଦେଇ ଜଗନ୍ନାଥ ଧାମ ପୁରୀକୁ ପଠାଇଥିଲେ । ରାସ୍ତା ସାରା ଗାଁ ଲୋକେ ପୂଜା କରିଥିଲେ । ଏପରି ଏକ ମୁହୁର୍ତ୍ତରେ ସାମିଲ ହୋଇ ନିଜକୁ ସମସ୍ତେ ଭାଗ୍ୟବାନ ମନେ କରିଛନ୍ତି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..