ରିପୋର୍ଟ କାର୍ଡ / କୋରାପୁଟ
ଆନ୍ଧ୍ରପ୍ରଦେଶ କୋଟିଆରେ ପଶି ଦାଦାଗିର ଦେଖାଉଛି | ତ ଆଉ କେତେବେଳେ ଲୋକଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ପୁଣି କୋଟିଆରେ ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀ ମାନେ ଦାଦାଗିରି ଚଳାଇଥିବାର ଖବର ଆସିଛି । ନେରେଡିବାଲସାରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ନେଇ ସରକାରୀ ଅଧିକାରୀ ମାନେ ଦବଙ୍ଗଗିରି କରିଥିବା ଦେଖିବାକୁ ମିଳିଛି । ଜବରଦସ୍ତି ଆନ୍ଧ୍ରର ସରକାରୀ ଅଧିକାରୀ ମାନେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିଛନ୍ତି । ରାସ୍ତା ଖୋଳାଯାଇ କାର୍ଯ୍ୟ ଚାଲୁଥିବା ବେଳେ ଅଧିକାରୀମାନେ କାମକୁ ବନ୍ଦ କରିଥିବା ଅଭିଯୋଗ ହୋଇଛି । ଅଧିକାରୀମାନେ ଏହି ରାସ୍ତା ଆନ୍ଧ୍ରର ବୋଲି କହି କାର୍ଯ୍ୟ ବନ୍ଦ କରିଥିବା କହିଛନ୍ତି ସାଲୁର ମଣ୍ଡଲମ୍ ସରକାରୀ ଅଧିକାରୀ । ଖାଲି ସେତିକି ନୁହେଁ କାମ କରାଉଥିବା ଠିକାଦାରଙ୍କ ନାଁରେ ମଧ୍ୟ ସାଲୁର ରୁରାଲ ଥାନାରେ ଅଭିଯୋଗ ହୋଇଛି ।






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..