Report Card Odisha

| Daily Odia News

ଇଡିରେ ହାଜର ହେବେ ରାହୁଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅର୍ଥ ହେରଫେର ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେ ହାଜର ହେବେ। ଏହି ପରିପ୍ରେକ୍ଷୀରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବା ପାଇଁ ଯୋଜନା କରିଛି। ଦେଶବ୍ୟାପୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୨୫ଟି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ବିରୋଧ ପ୍ରଦର୍ଶନ କରିବେ ଜଣାପଡିଛି। ଇଡି ପିଏମ୍‌ଏଲ୍‌ଏର ଅପରାଧିକ ଧାରା ଅଧୀନରେ ରାହୁଲଙ୍କ ବୟାନ ରେକର୍ଡ କରିବାକୁ ଚାହୁଛି। ରାହୁଲ ଗାନ୍ଧିଙ୍କୁ ମିଥ୍ୟା ମାମଲାରେ ଫସାଇବା ପାଇଁ ଏହା କେନ୍ଦ୍ରର ବିଜେପି ସରକାରର ଏକ ଷଡ଼ଯନ୍ତ୍ର ବୋଲି କଂଗ୍ରେସ ନେତା ପବନ ଖେରା କହିଛନ୍ତି। କେନ୍ଦ୍ରର ‘ପ୍ରତିଶୋଧ ରାଜନୀତି’ ବିରୋଧରେ ଦେଶବ୍ୟାପୀ କଂଗ୍ରେସ ବିରୋଧ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି। ବିଭିନ୍ନ ରାଜ୍ୟରେ ବିରୋଧୀ ଦଳ ନେତାମାନଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ମାଧ୍ୟମରେ ଟାର୍ଗେଟ୍‌ କରାଯାଉଥିବାରୁ ଏହାର ବିରୋଧ କରାଯିବ ବୋଲି ସେ କହିଛନ୍ତି। ନେସନାଲ ହେରାଲଡ୍‌ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ମଧ୍ୟ ନୂଆ ସମନ ଜାରି ହୋଇଛି ଏବଂ ତାଙ୍କୁ ୨୩ ତାରିଖ ଦିନ ଇଡିରେ ହାଜର ହେବାକୁ କୁହାଯାଇଛି। ଏବେ କରୋନା ସଂକ୍ରମିତ ଥିବା ସୋନିଆ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Breaking News