Report Card Odisha

| Daily Odia News

୬୩ ଆଦର୍ଶ ବିଦ୍ୟାଳୟ ଉଦ୍‌ଘାଟିତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଉ ୬୩ଟି ଆଦର୍ଶ ବିଦ୍ୟାଳୟ ଶୁକ୍ରବାରଠାରୁ କାର୍ଯ୍ୟକ୍ଷମ ହୋଇଛି। ନିମାପଡ଼ା ଏବଂ ଗୋପ ବ୍ଲକ୍‌ରେ ଦୁଇଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦ୍‌ଘାଟନ କରିଥିବାବେଳେ ଅବଶିଷ୍ଟ ୬୧ ଆଦର୍ଶ ବିଦ୍ୟାଳୟ ସ୍ଥାନୀୟ ଅଞ୍ଚଳର ମନ୍ତ୍ରୀ ଓ ବିଧାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି। ଏହାଦ୍ୱାରା ରାଜ୍ୟର ଗରିବ ମେଧାବୀ ଛାତ୍ରୀଛାତ୍ର ନିଜ ନିଜ ଅଞ୍ଚଳରେ ସୁବିଧାରେ ଗୁଣାତ୍ମକ ଶିକ୍ଷା ପାଇପାରିବେ ଏବଂ ରାଜ୍ୟର ଶିକ୍ଷାକ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିପାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦାଶ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପ୍ରତି ବ୍ଲକ୍‌ରେ ଘୋଷଣା କରାଯାଇଥିବା ୩୧୪ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମଧ୍ୟରୁ ଅଦ୍ୟାବଧି ୨୫୦ଟି ଉଦ୍‌ଘାଟିତ ହୋଇ କାର୍ଯ୍ୟକ୍ଷମ ହେଉଛି। ବାକି ୬୪ଟି ବିଦ୍ୟାଳୟ ଉଦ୍‌ଘାଟନ ହେବାର ଥିଲା। କିନ୍ତୁ ୬୩ଟି ଉଦ୍‌ଘାଟିତ ହୋଇଥିବାବେଳେ କୋରାପୁଟରେ ଏକ ଆଦର୍ଶ ବିଦ୍ୟାଳୟର ଉଦ୍‌ଘାଟନ ହୋଇପାରି ନ ଥିବା ଜଣାପଡ଼ିଛି।

Breaking News