ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ଯୋଜନା’ ବୋରୋଧରେ ଦେଶର ବିଭିନ୍ନ ରାଜ୍ୟରେ ପ୍ରତିବାଦ କରାଯାଉଛି। ଏଭଳି ସ୍ଥିତିରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୩ ସେନା ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ବୈଠକରେ ସ୍ଥଳସେନା, ନୌସେନା ଏବଂ ବାୟୁସେନା ଲାଗି ଯୁବକଙ୍କ ନିଯୁକ୍ତି ପ୍ରକ୍ରିୟା ଉପରେ ୩ ସେନା ଅଧିକାରୀ ଆସ୍ଥା ବ୍ୟକ୍ତ କରିଛନ୍ତି। ବାୟୁସେନା ମୁଖ୍ୟ ଚିଫ୍ ମାର୍ଶାଲ ବିବେକ ରାମ ଚୌଧୁରୀ ଅଗ୍ନିପଥ ଯୋଜନାକୁ ନେଇ ହେଉଥିବା ପ୍ରତିବାଦ ଉପରେ ଯୁବକମାନେ ଏହି ଯୋଜନା ସମ୍ବନ୍ଧରେ ସୂଚନା ସଂଗ୍ରହ କରି ବୁଝିବା ଉଚିତ ବୋଲି କହିଛନ୍ତି। ଏପରିକି ବିରୋଧୀଙ୍କ ଆଚରଣକୁ ନିନ୍ଦା କରିଛନ୍ତି। ଆନ୍ଦୋଳନରେ ନିଜକୁ ସାମିଲ କରୁଥିବା ଚାକିରି ଆଶାୟୀଙ୍କୁ ପରବର୍ତ୍ତୀ ସମୟରେ ଏହାର ମୂଲ୍ୟ ଦେବାକୁ ପଡିବ। ଯଦି କେହି ଯାଞ୍ଚ ବେଳେ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଧରାପଡ଼ନ୍ତି, ସେମାନଙ୍କୁ ପୋଲିସ କ୍ଲିୟରାନ୍ସ ମିଳିବ ନାହିଁ ବୋଲି ସେ କହିଛନ୍ତି।






More Stories
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..
ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ…..
EV କିଣୁଥିବା ଗ୍ରାହକ ଖୁସି!…..