Report Card Odisha

| Daily Odia News

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୩୫ରୁ ଅଧିକ ଯାତ୍ରୀ ଆହତ…..

ରିପୋର୍ଟ କାର୍ଡ / ବରଗଡ଼

ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି | ଡ୍ରାଇଭରଙ୍କ ସମେତ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବରଗଡ଼ ଜିଲ୍ଲା ବରପାଲି ମେହେରପଡ଼ା ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଖବର ଅନୁଯାୟୀ, ବଲାଙ୍ଗୀରରୁ ଝାରସୁଗୁଡା ଯାଉଥିଲା ସରକାରୀ ବସ ଏବଂ ବରଗଡ଼ରୁ ବଲାଙ୍ଗୀର ଯାଉଥିବା ଏକ ମାଲ ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହାଁ ଧକ୍କା ହୋଇଥିଲା । ଯାହାଫଳରେ ବସରେ ବସିଥିବା ୨ ଜଣ ଡ୍ରାଇଭର ଓ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅନ୍ୟପଟେ ଟ୍ରକ ଡ୍ରାଇଭରଙ୍କୁ ମଧ୍ୟ ଉଦ୍ଧାର କରି ଚିକିତ୍ସା କରାଯାଉଛି । ଦୁର୍ଘଟଣା ସଂପର୍କରେ ଖବର ପାଇ ବରପାଲି ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି ।

Breaking News